ଇସ୍ତଫା ଦେଲେ ରବି ଶଙ୍କର ଓ ଜାଭଡେକର

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ପକ୍ଷରୁ ହେଉଥିବା କ୍ୟାବିନେଟ୍ ସଂପ୍ରସାରଣ ବର୍ତ୍ତମାନ ବିଶାଳ ଆକାର ଧାରଣ କରିବାକୁ ଯାଉଛି । ପୂର୍ବରୁ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଆଇନ ଓ ଆଇଟି ମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏହି ତାଲିକାରେ ସାମିଲ ହୋଇଛନ୍ତି । କ୍ୟାବିନେଟ ସଂପ୍ରସାରଣକୁ ମାତ୍ର କିଛି ଘଣ୍ଟା ରହିଥିବା ବେଳେ ଆଇନ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ସୁଚନା ଓ ପ୍ରସାରଣ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରକାଶ ଜାଭାଡେକର ମଧ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏହା ସହିତ କ୍ୟାବିନେଟ ସଂପ୍ରସାରଣରେ ଇସ୍ତଫା ଦେଇଥିବା ସମୁଦାୟ ମନ୍ତ୍ରୀଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି । ପୂର୍ବରୁ ବରିଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଧ୍ୟ ଇସ୍ତଫା ପ୍ରଦାନ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *