JANANETA PRABIRA PALIT NK SMRUTISAVA.

ଜନନେତା ପ୍ରବିର ପାଲିତଙ୍କ ସ୍ମୃତି ସଭା ।

NEWS BY BIJAY KUMAR PANDA

କଟକ ତା ୧୵୮୵୨୪ -[ ବି.ଏନ.ଓ]-ଡିଶା ର ବିଶିଷ୍ଟ ଶ୍ରମିକ ବାମପନ୍ଥୀ ଜନନେତା ସ୍ବନାମଧନ୍ଯ ବରିଷ୍ଠ ଆଇନଜୀବୀ କମ୍ରେଡ ପ୍ରବିର ପାଲିତ କଂ ୨୭ ତମ ସ୍ମୃତି ବାର୍ଷିକୀ ଉପଲକ୍ଷେ କଟକ ଜିଲ୍ଲା ସିପିଆଇ ଓଏଆଇଟିୟୁସି ପକ୍ଷରୁ ଏଆଇଟିୟୁସି କାର୍ଯ୍ୟାଳୟ ନବଯୁଗପ୍ରେସ ଠାରେ କିଶୋର ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ ପାଲିତ ଏକାଧାରରେ ବିଶିଷ୍ଟ ଶ୍ରମିକ ନେତା ଓ ଜନ ଦରଦୀ ଆଇନଜୀବୀ ରୂପେ ଓଡିଶା ରେ ପରିଚିତ ଥିଲେ ।ଦଳ ମତ ନିର୍ବିଶେଷରେ ସେସମସ୍ତଙ୍କର ଅତି ପ୍ରିୟ ଥିଲେ । ସ୍ମୃତି ସଭା ରେ ସ୍ମୃତି ଚାରଣ କରି ସିପିଆଇ ଜିଲ୍ଲା ସଂପାଦକ ବିନୋଦ ବେହେରା,କମ୍ଯୁନିଷ୍ଟ ନେତା ଅମରେନ୍ଦୁ ମହାନ୍ତି, ସହ ସଂପାଦକ ଉଦୟ କେଶରୀ ବର୍ମା , ଏଆଇଟିୟୁସି ନେତା ହରିହର ମହାନ୍ତି,ଗୋବିନ୍ଦ ନାୟକ,ବ୍ୟାଙ୍କ କର୍ମଚାରୀ ନେତା ଭ୍ରମରବର ସାହୁ,ବିପିନୀ ପାଢୀ,ବ୍ୟାଙ୍କ ଅଫିସର ସଂଘ ନେତା ଅଶୋକ ତା,ଇପ୍ଟା ସାଧାରଣ ସଂପାଦକ ସୁଶାନ୍ତ ମହାପାତ୍ର,ନାରୀ ନେତ୍ରୀ କୃଷ୍ଣ ପ୍ରିୟା ମିଶ୍ର ,ନଗର ସଂପାଦକ ପ୍ରସନ୍ନ କୁମାର ମହାପାତ୍ର ,ସୁବନ୍ଧନ ବାରିକ,ମିହିର ବିଶ୍ବାଳ,କ୍ଷୀରୋଦ ବିଶ୍ବାଳ,ସାନନ୍ଦ ସେଠୀ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।କମ୍ରେଡ ପାଲିତ କଟକ ମହାନଗର ନିଗମ ର ଏକଦାକାଉନସିଲର ଥିଲେ ଏବଂ ୧୯୯୭ରେ ତାଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ତତ୍କାଳୀନ ନଗର ପାଳକମ୍ରେଡ ପାଲିତ ଙ୍କ ମୃତ୍ୟୁ ରେ ଏକ ରାସ୍ତା ର ନିମକରଣ ସହ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଘୋଷଣା କରିଥିଲେ । ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଏକ ରାସ୍ତା ର ନାମକରଣ ପାଇଁ ମହାନଗର ନିଗମ ଠାରେ ଏହି ସଭାରେ ଦାବି କରାଯାଇ ଏକ ପ୍ରସ୍ତାବ ଗ୍ରହଣକରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *