ବୈଠକକୁ ନ ଆସିବାରୁ ଏକ ଘରିକିଆ କରିଦେଲେ ଗାଁ’ ଲୋକେ

ଜଳେଶ୍ୱର: ଆଜି ବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ୱାସ ଏବଂ କୁସଂସ୍କାର । ଯେତେ ଶିକ୍ଷିତ ହେଲେ ମଧ୍ୟ ଧୀରେ ଧୀରେ ମଣିଷ ମନରୁ ହଜି ଯାଉଛି ମାନବିକତା । ଏ ସ୍ୱାର୍ଥବାଦୀ ଦୁନିଆରେ ସାମାନ୍ୟ ସ୍ୱାର୍ଥ ପାଇଁ ମଣିଷ ପାଲଟି ଯାଉଛି ପଶୁ । ଆଦିବାସୀ ବହୁଳ ନବରଙ୍ଗପୁର କିମ୍ବା ମାଲକାନଗିରି ନୁହେଁ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବେଲି ଗୋପିନାଥପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁ’ ବୈଠକରେ ଯୋଗଦେଇ ନପାରିବାରୁ ଗାଁ’ର ଦେବେନ୍ଦ୍ର ପ୍ରଧାନ ଏବଂ ମହେଶ୍ୱର ଦାସଙ୍କ ପରିବାରକୁ ଗ୍ରାମବାସୀମାନେ ମିଳିତ ଭାବେ ଗତ ବର୍ଷେ ହେଲା ଏକ ଘରିଆ କରି ରଖିଛନ୍ତି ।

ଏମିତିକି ଏହି ଦୁଇ ପରିବାରକୁ ନିଆଁ ପାଣି ମଧ୍ୟ ବନ୍ଦ କରାଯାଇଛି । ଆଜି ଚୈତ୍ର ମାସର ପ୍ରଥମ ସୋମବାର ହୋଇଥିବାରୁ ଦୁଇ ପରିବାରର ୪ ଜଣ ମହିଳା ଏବଂ ଛୋଟ ପିଲାମାନେ ଗାଁ’ରେ ଥିବା ବକ୍ରେଶ୍ୱର ମହାଦେବ ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିଲେ । ମାତ୍ର ମନ୍ଦିରର ପୂଜକ ତାଙ୍କ ପୂଜା କରାଯିବ ନାହିଁ କହି ଫେରାଇ ଦେଇଥିଲେ । ଗାଁ’ର ମୁଖିଆ ସେମାନଙ୍କ ପୂଜା କରିବାକୁ ବ୍ରାହ୍ମଣଙ୍କୁ ବାରଣ କରିଥିବା ନେଇ ବ୍ରାହ୍ମଣ କହିଥିଲେ । ଫଳରେ ସେମାନେ ମନ୍ଦିର ଦ୍ୱାରରେ ସକାଳ ୯ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ପୂଜା କରିବା ପାଇଁ ଅପେକ୍ଷା କରି ବସି ରହିଥିଲେ ।

ପୂଜା କରିବାକୁ ଅନୁମତି ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଏହି ଦୁଇ ପରିବାର । ଘଟଣା ସମ୍ପର୍କରେ ଜାଣିବା ପରେ ପୂଜକଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ନଦେଇ ସେଠାରୁ ଚାଲି ଯାଇଥିଲେ । ତେବେ ପୋଲିସ ଏବଂ ପ୍ରଶାସନ ଏଭଳି ସମ୍ବେଦନଶୀଳ ଘଟଣାର ତୁରନ୍ତ ସମାଧାନ କରି ପୀଡିତ ଦୁଇ ପରିବାରକୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *