ବାଲି ମାଫିଆଙ୍କ ରାଜ୍ : ନଦୀବନ୍ଧ ରାସ୍ତାରେ ଜମୁଛି ଆସ୍ତରଣ, ପ୍ରଶାସନର ନିଦ୍ରା ଭାଙ୍ଗିବ କେବେ ?

ଯାଜପୁର : ଧର୍ମଶାଳା ତହସିଲ ଅଧୀନ ବୃନ୍ଦାଦେଇପୁର ବାଲିଘାଟ ପାଲଟିଛି ଏବେ ବାଲିମାଫିଆମାନଙ୍କର ଭୂସ୍ୱର୍ଗ । ଉକ୍ତ ବାଲିଘାଟକୁ ତହସିଲ ପକ୍ଷରୁ ଲିଜ ଦିଆଯାଇଥିଲେ ସୁଦ୍ଧା ଲିଜ୍‌ଧାରୀ ସରକାରୀ ଆଇନ୍‌କୁ ଦଳିମକଚି ମନଇଚ୍ଛା ହାଇୱା, ଟ୍ରକ ଆଦି ଭାରିଯାନ ଯୋଗେ ବାଲି ପରିବହନ କରାଇବାରେ ଲାଗିଛନ୍ତି । ବାଲି ବୋଝେଇ ଭାରିଯାନ ଗୁଡିକ ଜାରକା-କବାଟବନ୍ଧ ନଦୀବନ୍ଧ ରାସ୍ତା ଦେଇ ପ୍ରତିଦିନ ଯାଉଥିବା ସମୟରେ ସେଥିରେ ଭଲ ଭାବେ ପାଲ ଘୋଡାଯାଉନଥିବାରୁ ସେଥିରୁ ବାଲି ଗଳି ନଦୀବନ୍ଧ ରାସ୍ତାରେ ବାଲିର ଏକ ମୋଟା ଆସ୍ତରଣ ଜମିଥିବାର ପରିଲକ୍ଷିତ ହୋଇଛି ।

ମିଳିଥିବା ତଥଥ୍ୟ ଅନୁଯାୟୀ, ବାଇକ ଓ ସାଇକେଲ ଆରୋହୀମାନେ ଯାତାୟାତ ସମୟରେ ସେମାନଙ୍କ ଆଖିରେ ବାଲିଉଡି ପଡିବା, ଏପରିକି ବିଭନ୍ନ ସମୟରେ ବାଲିରେ ଧସିହେବା କାରଣରୁ ଦୁର୍ଘଟଣାର ଶିକାର ହେଉଛନ୍ତି ।  କେତେକ ସ୍ଥାନରେ ଭାରିଯାନଗୁଡ଼ିକ ହଠାତ ବ୍ରେକ୍ ମାରିଦେବାରୁ ପିଚୁ ମଧ୍ୟ ଉଠିଯାଉଛି । ଏପରି ସ୍ଥିତିରେ ବ୍ରାହ୍ମଣୀ ନଦୀବନ୍ଧ କ୍ରମଶଃ ଦୁର୍ବଳ ହୋଇପଡିବା ସହ ସ୍ଥାନେ ସ୍ଥାନେ ଆଣ୍ଠୁଏ ଆଣ୍ଠୁଏ ଖାଲ ସୃଷ୍ଟି ହେଉଥିବାର ଦେଖିବାକୁ ମିଳୁଛି ।

ନଦୀବନ୍ଧ ଦୁର୍ବଳ ହେଲେ ନଦୀକୂଳବର୍ତୀ ଅଞ୍ଚଳର ଲୋକମାନେ ପ୍ରତିବର୍ଷ ବ୍ରାହ୍ମଣୀ ନଦୀରେ ଦେଖାଦେଉଥିବା ବନ୍ୟା ଦ୍ୱାରା ପ୍ରଭାବିତ ହେବାର ମଧ୍ୟ ସମ୍ଭାବନା ରହିଛି । ଗୋଟିଏ ପଟେ ବାଲିମାଫିଆମାନେ ଏଠାରେ ମାଲାମାଲ ହୋଇଆସୁଥିବା ବେଳେ ଅନ୍ୟ ପଟେ ଅଞ୍ଚଳବାସୀଙ୍କ ଜନଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି ।

ଲିଜ୍‌ଧାରୀଙ୍କ ସହାୟତାରେ ରାସ୍ତାରୁ ବାଲି ସଫା କରାଯିବାର ନିୟମ ଥିଲେ ସୁଦ୍ଧା ତାହାକୁ ଏଠାରେ ଆଦୌ କାର୍ଯ୍ୟକାରୀ କରାଯାଉ ନାହିଁ । କେବଳ ତଦାରଖ କରାଯିବାର ସୁରାକ ମିଳିଲେ ତରବରିଆ ଭାବେ ସଫା କରାଯାଇଥାଏ । ଏ ସମ୍ପର୍କରେ ଧର୍ମଶାଳା ତହସିଲଦାରଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନ ଥିଲା । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହାକୁ ତଦାରଖ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ ଦାବି ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *