ନାବାଳିକା ଦୁଷ୍କର୍ମ ମାମଲାରେ୧୧ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର: ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ ପୋକ୍‌ସୋ କୋର୍ଟ ଜଜ୍ ଗୁରୁ ପ୍ରସାଦ ମହାନ୍ତି ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଆଜି ଶୁଣାଣି କରିଛନ୍ତି । ଅଭିଯୁକ୍ତକୁ ଅଳିଆ ସାହୁଙ୍କୁ ୧୧ହଜାର ଟଙ୍କା ଜରିମାନା ସହ ୧୧ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ପୀଡ଼ିତା ନାବାଳିକାଙ୍କୁ ୫ଲକ୍ଷ ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗତ ୨୦୧୪ ଜୁଲାଇ ୧୨ତାରିଖ ବୁଗୁଡ଼ା ଥାନା ଇଲାକାରେ ରହୁଥିବା ଅଳିଆ ସାହୁ ଜନୈକା ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ଘରକୁ ଡାକି ଦୁଷ୍କର୍ମ କରିଥିଲା । ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ କେସ୍ ନଂ ୧୨୬/୧୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରରେ ୧୨ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କୋର୍ଟ ଅଭିଯୁକ୍ତକୁ ୧୧ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ମୋକଦ୍ଦମା ପରିଚାଳନା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *