ଉତ୍ତରକୋରିଆରେ ଲେଦର ଜ୍ୟାକେଟ୍ ମନା, କାରଣ କ’ଣ ଜାଣନ୍ତୁ….

ନୂଆଦିଲ୍ଲୀ : ଏଣିକି ଲେଦର ଜ୍ୟାକେଟ୍ ପିନ୍ଧି ପାରିବେନି ଉତ୍ତର କୋରିଆବାସୀ । ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍‌ଉନ୍ ଏଭଳି ଅଜବ ନିୟମ ଆଣିଛନ୍ତି । ନିଜର ପ୍ରିୟ ଲେଦର ଜ୍ୟାକେଟର ନକଲ ହେବା ପରେ କିମ୍ ଜଙ୍ଗ୍ ଚିହିଁକି ଉଠିଛନ୍ତି । ଆଉ ଏବେ ଦେଶରେ ଲେଦର ଜ୍ୟାକେଟ୍ ବିକ୍ରି ଓ କିଣାକିଣି ଉପରେ ସେ କଟକଣା ଲଗାଇଛନ୍ତି । ଉତ୍ତର କୋରିଆର ଏହି ନିୟମ ପରେ ବର୍ତ୍ତମାନ ଲେଦର ଜ୍ୟାକେଟ୍ ପିନ୍ଧି ପାରିବେନି ଉତ୍ତର କୋରିଆବାସୀ । ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍‌ଙ୍କ ନକଲ କିଏ ନ କରୁ ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏଥିଲାଗି ବିଭିନ୍ନ ସହରର ଗଳିକନ୍ଦିରେ ବୁଲୁଛନ୍ତି ପୋଲିସ ଅଫିସର ।

ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ପରିଧାନ କରୁଥିବା ଫୋକ୍ସ ଲେଦର ଜ୍ୟାକେଟ୍‌ର ବିକ୍ରି ଉପରେ ମଧ୍ୟ ସରକାର ବ୍ୟାନ୍ ଲଗାଇଛନ୍ତି । କିମ୍ ଜଙ୍ଗ୍ ଉନ୍ ୨୦୧୯ ମସିହାରୁ ଏହି ସ୍ୱତନ୍ତ୍ର ଧରଣର ଜ୍ୟାକେଟ୍ ପିନ୍ଧି ଆସୁଛନ୍ତି । ଯାହା ପରବର୍ତ୍ତୀ ସମୟରେ ଦେଶରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା କିମ୍ ଜଙ୍ଗ୍ ଉନ୍‌ଙ୍କ ଭଳି ଦେଖିବା ପାଇଁ ସଂଭ୍ରାନ୍ତ ଶ୍ରେଣୀର ବ୍ୟକ୍ତି ଆଗ୍ରହ ପ୍ରକାଶ କଲେ । ଫଳରେ ବଜାରରେ ଏହି ଲେଦର ଜ୍ୟାକେଟ୍‌ର ଚାହିଦା ମଧ୍ୟ ବଢ଼ିବାକୁ ଲାଗିଲା ।

ଏହାପରେ ଉତ୍ତର କୋରିଆ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । କୌଣସି ବ୍ୟକ୍ତି ଯେପରି ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍‌ଙ୍କ ଭଳି ପରିଧାନ ଓ ଆଚରଣ ନ କରନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି । କେବଳ କିମ୍ ଜଙ୍ଗ୍ ଉନ୍‌ଙ୍କ ଭଳି ପୋଷାକ ନୁହେଁ, ତାଙ୍କ ଭଉଣୀ ୟୋ ଜଙ୍ଗ୍‌ଙ୍କ ବେଶ ପୋଷାକକୁ ମଧ୍ୟ ଉତ୍ତର କୋରିଆର ମହିଳାମାନେ ପସନ୍ଦ କରିବା ସହ ପିନ୍ଧିବା ଆରମ୍ଭ କରି ଦେଇଥିଲେ । ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଯାଇଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ଅଜବ ନିଷ୍ପତ୍ତି ଲୋକଙ୍କ ଉପରେ ଲଦି ଦିଆଯାଇଛି । କେବେ ନିଜ ହେୟାର ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ତ ପୁଣି ଆଉ କେବେ ନିଜ ନିଆରା ବେଶପୋଷାକ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କିମ୍ ଜଙ୍ଗ୍ ଉନ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *