ଫୋନ ପୁଅ ପାଇଁ ସାଜିଲା କାଳ

ନୂଆଦିଲ୍ଲୀ: ମୋବାଇଲ ଅନଲାଇନ ଭିଡିଓ ଗେମ ‘ ପ୍ରି ଫାୟର’ ଖେଳି ଜଣେ ହାୟର ସେକେଣ୍ଡାରିର ଛାତ୍ର ନିଜର ଜୀବନ ହରାଇ ଦେଇଛି । ମୃତ ଛାତ୍ରଙ୍କ ନାମ ସୁଭଦୀପ ଘୋଷାଲ (୨୧)ବୋଲି ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଘଟିଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଦୁଇବର୍ଷ ପୂର୍ବେ ପୁଅ ଭଲ ନମ୍ବର ରଖି ମାଧ୍ୟମିକ ପରୀକ୍ଷା ପାସ କରିଥିବାରୁ ବାପା ଖୁସି ହୋଇ ଏକ ସ୍ମାର୍ଟଫୋନ ଉପହାରରେ ଦେଇଥିଲେ । ଗତ ଦୁଇବର୍ଷ ହେବ କରୋନା ମହାମାରୀ ହେତୁ ଫୋନ ହିଁ ପିଲାମାନଙ୍କ ଏକମାତ୍ର ମନୋରାଞ୍ଜନର ମାଧ୍ୟମ ହୋଇଯାଇଥିଲା । ଫୋନ ପାଇବା ପରେ ପୁଅ ଧୀରେଧୀରେ ସାଙ୍ଗସାଥୀଙ୍କ ପାଖକୁ ଯିବା କମାଇ ଦେଇଥିଲା ।

ପରିବାରଲୋକଙ୍କ ସହିତ ବି ଯେତିକି ଆବଶ୍ୟକ ସେତିକି କଥା ହେଉଥିଲା । ସେ ଫୋନରେ ‘ଫ୍ରି ଫାୟର’ ଖେଳ ଖେଳିବାର ଏତେ ମଜି ଯାଇଥିଲା ଯେ ରାତି ଅନିଦ୍ରା ବି ରହୁଥିଲା । ଅନେକ ସମୟରେ ଟଙ୍କା ପାଇଁ ଜିଦ କରୁଥିଲା । ଏହି ଜିଦ ପୂରଣ ହୋଇଗଲେ ଚୁପ ରହି ଯାଉଥିଲା । କିନ୍ତୁ ଟଙ୍କା ନଦେଲେ ଘର ଜିନିଷ ସବୁ ଫିଙ୍ଗା ଫୋପଡ଼ା କରୁଥିଲା ରାତିରେ ଖାଇପିଇ ଶୋଇଥିବା ବେଳେ ସକାଳୁ ଆଉ ପୁଅ କବାଟ ଫିଟାଇ ନଥିଲା । କାବଟ ଭାଙ୍ଗି ଭିତରୁ ପସିଲା ପରେ ପୁଅ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତାକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *