ଦୁଷ୍କର୍ମ ଭୟରେ ଅଭିନେତ୍ରୀ କ’ଣ କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ନିକଟରେ ଜଣେ ଅଭିନେତ୍ରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟେରା ୭ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଲୁଟର ଶିକାର ହୋଇଥିବା ଅଭିନେତ୍ରୀଙ୍କ ନାମ ନିକିତା ରାୱଲ ବୋଲି ଜଣାପଡ଼ିଛି ।ସୂଚନା ଅନୁଯାୟୀ, ନିକିତା ରାୱଲଙ୍କ ସହିତ ଏହି ଲୁଟ ଘଟଣା ଦିଲ୍ଲୀର ଶାସ୍ତ୍ରୀ ନଗରରେ ତାଙ୍କ ମାଉସୀଙ୍କ ଘର ନିକଟରେ ଘଟିଥିଲା । ନିକିତା ଦିଲ୍ଲୀ ସୁଟିଂ କାମରେ ଆସିଥିଲେ । ଆଉ ତାଙ୍କ ମାଉସୀଙ୍କ ଘରେ ରହିଥିଲେ । ତେବେ ସେ କୌଣସି କାମରେ ଯାଇ ଘରକୁ ଫେରୁଥିବା ସମୟରେ ୪ଜଣ ଯୁବକ ମୁହଁରେ ମାସ୍କ ପିନ୍ଧି ନିକିତାଙ୍କୁ ବନ୍ଧୁକ ଦେଖାଇ ଅଟକ ରଖିଥିଲେ । ନିକିତା ଏହି ଘଟଣାକୁ ମନେ ପକାଇ କହନ୍ତି, ‘କିଛି ଯୁବକ ମୁହଁରେ ମାସ୍କ ପିନ୍ଧି ମୋତେ ବାନ୍ଧି ପକାଇ ଥିଲେ । ମୁଁ ଚେଷ୍ଟା କରିଥିଲେ ସେମାନଙ୍କ ସହ ଲଢ଼ି ପାରି ଥାଆନ୍ତି । କିନ୍ତୁ ମୋତେ ଭୟ ଥିଲା କି ସେମାନେ ମୋ ସହ ଦୁଷ୍କର୍ମ ନକରି ଦିଅନ୍ତୁ ।

କି ଜୀବନରୁ ମାରି ନଦିଅନ୍ତୁ । ଏହି ଭୟରେ ସେମାନେ ଯାହାଯାହା କହିଥିଲେ ମୁଁ କରିବାକୁ ରାଜି ହୋଇ ଯାଇଥିଲି । ଆଉ ମୋ ପାଖରେ ଯାହାଥିଲା ମୁଁ ଦେଇ ଦେଇଥିଲି । ହାତଘଣ୍ଟା, କାନଫୁଲ, ହୀରା ହାର ଓ କିଛି ଟଙ୍କାକୁ ମିଶାଇ ପାଖାପାଖି ୭ଲକ୍ଷ ଟଙ୍କା ହେବ ସେମାନେ ମୋ ଠାରୁ ଲୁଟି ନେଇଥିଲେ । ଲୁଟର ଶିକାର ହେବା ପରେ ଭୟରେ ଘରକୁ ଆସି ଘରର ଚାରିପଟୁ କବାଟ ବନ୍ଦ କରି ଦେଇଥିଲି । ଆଉ ତା’ ପରଦିନ ମୁମ୍ବାଇ ଚାଲି ଯାଇଥିଲି । କାରଣ ସେଠାରେ ମୋ ଜୀବନ ପ୍ରତି ବିପଦ ରହିଥିବା ମୁଁ ଜାଣିବାକୁ ପାଇଥିଲି । ନିକିତା କିଛିଦିନ ତଳେ ରାଜକୁନ୍ଦ୍ରାଙ୍କ ମାମଲାରେ ଦେଇଥିବା ବୟାନକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ନିକିତା ଶିଳ୍ପା ସେଟ୍ଟୀଙ୍କୁ ସମର୍ଥନ କରି କହିଥିଲେ ଅଯଥାରେ ତାଙ୍କ ନାମ ଏହି ମାମଲାରରେ ଉଠା ଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *