ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଆଇଟି ରେଡ

ମୁମ୍ବାଇ : ବଲିଉଡ ଅଭିନେତା ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଆଇଟି ବିଭାଗ ପକ୍ଷରୁ ରେଡ କରାଯାଇଛି । ଆୟକର ଠକେଇ ଅଭିଯୋଗରେ ବୁଧବାର ଆୟକର ବିଭାଗ ପକ୍ଷରୁ ଏକା ସାଙ୍ଗରେ ୬ଟି ସ୍ଥାନରେ ଚଢାଉ କରାଯାଇଥିଲା । ମୁମ୍ବାଇ ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିବା ଜଣାପଡିଥିଲା । ଏହା ସହିତ ସୁଦଙ୍କ ବାସଭବନରେ ଚଢାଉ କରାଯାଇଛି କି ନାଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏକ ରିୟଲ ଇଷ୍ଟେଟ ଡିଲକୁ ନେଇ ସୋନୁଙ୍କ ଉପରେ ସନ୍ଦେହ ରହିଥିବା ନେଇ କିଛି ଅଧିକାରୀ ସୂଚନା ଦେଇଛନ୍ତି । ବଲିଉଡରେ ନକରାତ୍ମକ ଭୂମିକାରେ ନଜର ଆସୁଥିବା ସୋନୁ କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କୁ ସହୟତା କରି ଉଦାହରଣ ସୃଷ୍ଟି କରିଥିଲେ । ଦେଶରେ ସୋନୁଙ୍କୁ ପ୍ରଶଂସା କରାଯାଉଥିବା ବେଳେ ନିକଟରେ ଦିଲ୍ଲୀର ଆପ ସରକାରଙ୍କ ଦେଶ କା ମେଣ୍ଟର କାର୍ଯ୍ୟକ୍ରମର ମେଣ୍ଟର ରହିଥିଲେ ସୋନୁ ସୁଦ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *