ମହଙ୍ଗା ପଡ଼ିଲା ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା

ନୂଆଦିଲ୍ଲୀ : ମହଙ୍ଗା ପଡ଼ିଲା ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା । ଅଫିସରେ ସବୁ ମହିଳା ମିଶି ଯୁବକଙ୍କୁ ଦେଲେ ପାନେ । ସବୁବେଳେ ଖରାପ ଭାଷା ବ୍ୟବହାର କରି ମହିଳାଙ୍କୁ ବେଇଜ୍ଜତ କରୁଥିବା ଜଣେ ଆଇଟି ସହାୟକଙ୍କୁ ଅଫିସରେ ହିଁ ପିଟିଲେ ମହିଳା । ଏଥିସହ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଏଭଳି ମାମଲା ଦେଖିବାକୁ ମିଳିଛି ବିହାରର ମୋତିହାରୀ ଠାରେ । ସୂଚନା ଅନୁଯାୟୀ, ମୋତିହାରୀର ମହିଳା ବିକାଶ ମିତ୍ର ଅଫିସର ଆଇଟି ସହାୟକ ଓମ୍ ପ୍ରକାଶ ଗୁପ୍ତା ସବୁବେଳେ ମହିଳା କର୍ମଚାରୀଙ୍କ ସହ ଅଶ୍ଳୀଳ କାମ କରୁଥିଲେ । ସେ ମହିଳାଙ୍କ ପାଇଁ ଅଶୋଭନୀୟ ଭାଷା ମଧ୍ୟ ବ୍ୟବହାର କରୁଥିବା ନେଇ ଅଭିଯୋଗ ଆସିଛି। ବାରମ୍ବାର ଓମ୍ ପ୍ରକାଶ ଏଭଳି ବ୍ୟବହାର କରୁଥିବାରୁ ମହିଳାମାନେ ତାଙ୍କୁ ଅଫିସରେ ହିଁ ନିର୍ଦ୍ଧୁମ୍ ପିଟିଛନ୍ତି । ଓମ୍‌ଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ ପଞ୍ଚାୟତର ବିକାଶ କାର୍ଯ୍ୟ ସହ ଜଡ଼ିତ ମାମଲା ସହ ଆୟ, ଜାତି ଓ ଆବାସ ପ୍ରମାଣ ପତ୍ର ପାଇଁ ଆସୁଥିବା ଲୋକଙ୍କୁ ମଧ୍ୟ ଅଶ୍ଳୀଳ ଇଙ୍ଗିତ କରିଥାନ୍ତି । ଏଥିସହ ଜାଣିଶୁଣି ତାଙ୍କ କାମ ବିଳମ୍ବରେ କରିଥାନ୍ତି । ଫଳରେ ଲୋକଙ୍କୁ ବାରମ୍ବାର ଅଫିସକୁ ଦୌଡ଼ିବାକୁ ପଡ଼ିଥାଏ । ତେବେ ଏହି ଘଟଣା ପରେ ଓମ୍ ପ୍ରକାଶଙ୍କୁ ଅଫିସରୁ ହଟାଇବାକୁ ବିଡିଓଙ୍କ ନିକଟରେ ଦାବି କରାଯାଇଥିବା ଜଣାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *