କରୋନା ଟିକା ନେବା ପରେ ଦୃଷ୍ଟିହୀନ ଫେରି ପାଇଲେ ଦୃଷ୍ଟି ଶକ୍ତି

ମାଲକାନାଗିରି: କରୋନା ଟିକା ନେଇ ଅନେକ ଗୁଜବ ଆପଣ ମାନେ ଶୁଣିବାକୁ ପାଇଥିବେ। କରୋନା ଟିକା ନେଲେ ମୃତ୍ୟୁ ହେଉଛି, ଲୋକେ ଦୃଷ୍ଟିହୀନ ହୋଇଯାଉଛନ୍ତି ଏମିତି ଅନେକ କିଛି। ଯେଉଁଥିପାଇଁ ଲୋକେ ଟିକା ନେବାକୁ ଭୟ ମଧ୍ୟ କରୁଛନ୍ତି। ଦେଶରେ ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠି କେବଳ ଗୁଜବର ପ୍ରଚାର ପାଇଁ ଲୋକେ ଟିକା ନେବାକୁ ଭୟ କରୁଛନ୍ତି ଏବଂ ଟିକାକୁ ବାରଣ ମଧ୍ୟ କରିଛନ୍ତି। କିନ୍ତୁ ଆମେ ଆଜି ଆପଣକୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଆପଣଙ୍କୁ ଚକିତ କରିଦେବ। ଆପଣ ବିଶ୍ୱାସ କରିବାକୁ ଚାହୁଁ ନଥିଲେ ମଧ୍ୟ ବିଶ୍ୱାସ କରିବାକୁ ବାଧ୍ୟ ହେବେ। କରୋନା ଟିକା ଯାହା କରୋନାରୁ ବଞ୍ଚାଇବା ପାଇଁ ଏକମାତ୍ର ସଞ୍ଜୀବନୀ। ଟିକା ନେବା ପରେ ପାର୍ଶ୍ଵ ପ୍ରତିକ୍ରିୟା କଥା ଆପଣମାନେ ଶୁଣିଥିବେ। କିନ୍ତୁ ଟିକା ନେବା ପରେ ଦୃଷ୍ଟିଶକ୍ତି ଫେରି ଆସିବା କଥା ଶୁଣି ନଥିବେ। ଏପରିକି ଅପରେସନ ଆଉ ଆବଶ୍ୟକ ପଡ଼ିଲା ନାହିଁ। ଆପଣ ଥରେ ଭାବନ୍ତୁତ ଯଦି ଏହି ଟିକା, କରୋନାରୁ ବଞ୍ଚାଇବା ସହ ଗୋଟିଏ ଅନ୍ଧକୁ ମଧ୍ୟ ଭଲ କରିଦିଏ ତେବେ କଣ ହେବ।

ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏମିତି କଣା କାହିଁକି କହୁଛୁ। ହଁ ଦର୍ଶକ ବନ୍ଧୁ, ଏମିତି କହିବାର ଏକ ବିରାଟ କାରଣର ରହିଛି। ଯାହା ଶୁଣିବା ପରେ ଆପଣ ଚମକି ପଡ଼ିବେ। ଘଟଣାଟି ହେଉଛି କରୋନା ଟିକା ନେବା ପରେ ଜଣେ ବ୍ୟକ୍ତି ତାଙ୍କର ଦୃଷ୍ଟି ଶକ୍ତି ଫେରି ପାଇଛନ୍ତି। ୧୮ ବର୍ଷର ଦୃଷ୍ଟିହୀନ ରୋଗ କରୋନା ଟିକା ନେବା ପରେ ଭଲ ହୋଇଯାଇଛି। ଦର୍ଶକବନ୍ଧୁ ଏହା ଆପଣଙ୍କୁ ମିଛ ଲାଗୁଥାଇପାରେ। ଆମେ ଆପରଣଙ୍କୁ କହିଦେବାକୁ ଚାହୁଁଯେ ଏହା କୌଣସି ବାହାସ୍ପୋଟ ନୁହେଁ। ଏହା ଦୃଷ୍ଟିଶକ୍ତି ଫେରି ପାଇଥିବା ବ୍ୟକ୍ତିଙ୍କର ଗଭିର ବିଶ୍ୱାସ। ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରେ। ଜଣେ ଦୃଷ୍ଟିହୀନ ଫେରି ପାଇଛନ୍ତି ଦୃଷ୍ଟିଶକ୍ତି। ହୃଷୀକେଶ ସେଠୀ ନାମକ ଜଣେ ବ୍ୟକ୍ତି ୧୮ ବର୍ଷ ହେଲା ଦେଖି ପାରୁନଥିଲେ।

ହାଇଦ୍ରାବାଦର ଘରୋଇ ଡକ୍ତରଖାନାରେ ଦେଖାଇବା ପରେ ଡାକ୍ତର ତାଙ୍କୁ ଅପରେସନ ପାଇଁ ପରାମର୍ଶ ଦେଇଥିଲେ। ନଚେତ ଆଖି ଭଲ ହେବନି ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ହୃଷୀକେଶଙ୍କ ପାଖରେ ଯାହା କିଛି ଥିଲା ବିକାବିକି କରି କେବଳ ବାମ ଆଖିର କିଛି ଚିକିତ୍ସା କରିଥିଲେ। ଡାହାଣ ଆଖି ପାଇଁ ଟଙ୍କା ଯୋଗାଡ଼ କରି ପାରିନଥିଲେ। ଯେଉଁଥିପାଇଁ ଦୀର୍ଘ ଦିନ ହେଲା ଆଖିରେ ଦେଖି ପାରୁନଥିଲେ। କେବଳ ଭାଗ୍ୟକୁ ଆଦରି ଓ ସରକାରଙ୍କୁ ଗୁହାରି କରି ଆସୁଥିଲେ ହୃଷୀକେଶ। କିନ୍ତୁ ଏବେ କରୋନାର ପ୍ରଥମ ଡୋଜ ଗତ ମଇ ୮ ତାରିଖରେ ନେବା ପରଠୁ ଧୀରେ ଧୀରେ ଆଖିରେ ଦେଖିବା ସମ୍ଭବ ହୋଇପାରିଛି। ଏଭଳି ଘଟଣା ବିରଳ। ସ୍ଥାନୀୟ ବାସିନ୍ଦା ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ ଘଟଣାରେ କୌଣସି ବୈଜ୍ଞାନିକ କାରଣ ଜଣାପଡ଼ିନାହିଁ। କୌଣସି ଡାକ୍ତରଙ୍କର ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ହୃଷୀକେଶଙ୍କର ଦାବି ଯେ, କରୋନା ଟିକା ନେବା ପରେ ତାଙ୍କର ଦୃଷ୍ଟି ଶକ୍ତି ଫେରିଆସିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *