ପରିବାର ପିଛା ସରକାରୀ ଚାକିରି

ନୂଆଦିଲ୍ଳୀ: କରୋନା ସମୟରେ ଲକ୍ଷାଧିକ ଲୋକ ନିଜର ରୋଜଗାର ହରାଇଛନ୍ତି । ଏହାର ସୁଯୋଗ ନେଇ ଏକାଧିକ ନକଲି ୱେବସାଇଟ ସକ୍ରିୟ ହୋଇଛନ୍ତି । ଏହା ସହିତ କିଛି ଅସାଧିୁ ବ୍ୟକ୍ତି ରାଜ୍ୟ ସରକାରଙ୍କ ଯୋଜନା ତ କେହି କେନ୍ଦ୍ର ସରକାରଙ୍କ ଯୋଜନା ଆଡରେ ସାଧାରଣ ଲୋକଙ୍କୁ ଲୁଟିବାକୁ ଚାହୁଁଛନ୍ତି । ସୋସିଆଲ ମିଡିଆରେ ଏଭଳି ଯୋଜନା ସମ୍ପର୍କରେ ବେଶ କିଛି କଥା ପ୍ରସାର କରାଯାଉଛି । ଯାହା ଭାଇରାଲ ହେବା ସହିତ ସାଧାରଣ ଲୋକଙ୍କ ପାଇଁ ବିଶ୍ୱାସଯୋଗ୍ୟ ମଧ୍ୟ ରହିଥାଏ । ଏହିପରି ଏକ ଖବର ନିକଟରେ ସାମ୍ନାକୁ ଆସିଥିଲା । ଏକ ୟୁଟ୍ୟୁବ୍ ଚ୍ୟାନେଲ ପକ୍ଷରୁ ଦିଆଯାଇଥିବା ଭିଡିଓରେ କେନ୍ଦ୍ର ସରକାର ପରିବାର ପିଛା ଗୋଟିଏ ଲେଖାଏଁ ଚାକିରି ଦେଉଥିବା ନେଇ କୁହାଯାଇଥିଲା । ଏକ ପରିବାର ଏକ ନୌକରୀ ଯୋଜନା-୨୦୨୦ ଅଧୀନରେ ଏହି ସୁବିଧା ପ୍ରଦାନ କରାଯିବ ବୋଲି ଚ୍ୟାନେଲ ପକ୍ଷରୁ ଦାବି କରାଯାଇଥିଲା । ତେବେ ପିଆଇବି ଫ୍ୟାକ୍ଟଚେକ୍ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ଏମିତି କୌଣସି ଯୋଜନା ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇନାହିଁ । ସରକାର ଏମିତି କୌଣସି ଯୋଜନା କଲେ ତାହା ବିଭିନ୍ନ ଗଣମାଧ୍ୟମ ଏବଂ ସରକାରୀ ୱେବସାଇଟରେ ଉପଲବ୍ଧ ହେବ ବୋଲି ପିଆଇବି ସ୍ପଷ୍ଟ କରିଛି । ଏଭଳି ଠକ ମାନଙ୍କ ନିକଟରୁ ସାବଧାନ ରହିବା ପାଇଁ ପିଆଇବି ଟ୍ୱିଟ କରି ଚେତାଇ ଦେଇଛି ।

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *