ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ବର୍ତ୍ତମାନର ପରିବହନ କମିଶନର ଥିବା ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି ହୋଇଛନ୍ତି । ଏଥିସହ ତାଙ୍କୁ ପୋଲିସ ଗୃହ ନିର୍ମାଣ ନିଗମ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି । ସୂଚନା ଅନୁସାରେ, ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି ଲଳିତ ଦାସ । ଯିଏକି ବର୍ତ୍ତମାନ ଅତିରିକ୍ତ ପୋଲିସ ଡିଜି (ହେଡ୍ କ୍ୱାଟର) ରହିଛନ୍ତି । ଆରକେ ଶର୍ମା ହେଲେ ଆଇନ୍ ଶୃଙ୍ଖଳା ଏଡିଜି । ଅରୁଣ ବୋଥ୍ରାଙ୍କୁ ପରିବହନ କମିଶନର ଦାୟିତ୍ୱ ଦିଆଯାଇଥିବା ବେଳେ ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି ଭାବେ ନିଯୁକ୍ତ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *