ଆଇପିଏଲର ତୃତୀୟ ମ୍ୟାଚକୁ ୧୦ ରନରେ ଜିତି ନେଇଛି କୋଲକାତା ନାଇଟ୍ ରାଇଡର୍ସ

ଚେନ୍ନାଇ: ଆଇପିଏଲର ତୃତୀୟ ମ୍ୟାଚକୁ ୧୦ ରନରେ ଜିତି ନେଇଛି କୋଲକାତା ନାଇଟ୍ ରାଇଡର୍ସ । ପ୍ରଥମେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ନୀତିଶ ରାଣାଙ୍କ ୮୦ ରନ ବଳରେ ୬ ୱିକେଟ୍ ହରାଇ ୧୮୭ ରନ୍ କରିଥିଲା । କେକେଆର୍ ପକ୍ଷରୁ ରାହୁଲ୍ ତ୍ରିପାଠୀ ୨୯ ବଲରେ ୫୩ ରନ୍ କରିଥିଲେ ।୧୮୮ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ସନରାଇଜର୍ସ ହାଇଦ୍ରାବାଦ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୧.୩ ଓଭରରେ ଋଦ୍ଧିମାନ ଶାହ ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ୨.୧ ଓଭରରେ ୩ ରନ୍ କରି ଆଉଟ୍ ହୋଇଥିଲେ ଡେଭିଡ୍ ୱାର୍ଣ୍ଣର । ମନୀଷ ପାଣ୍ଡେ ୪୪ ବଲରେ ୬୧ ରନର ଅପରାଜିତ ପାଳି ଖେଳିଥିଲେ । ଦଳ ପକ୍ଷରୁ ଜନ୍ନି ବେୟାରଷ୍ଟୋ ୪୦ ବଲରେ ୫୫ ରନ୍ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୫ ୱିକେଟ୍ ହରାଇ ୧୭୭ ରନ୍ କରିବାରେ ସକ୍ଷମ ହୋଇଥିଲା ।ଫଳରେ କୋଲକାତା ନାଇଟ୍ ରାଇଡର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚକୁ ୧୦ ରନରେ ଜିତି ନେଇଛି । ଦଳ ପକ୍ଷରୁ ପ୍ରସିଦ୍ଧ କ୍ରୀଷ୍ଣା ୨ଟି ୱିକେଟ୍ ନେଇଥିବା ବେଳେ ଶକିବ, କମିନ୍ସ ଓ ରୁସେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *