ରାଜସ୍ଥାନକୁ ୩୩ ରନରେ ହରାଇଲା ଦିଲ୍ଲୀ

ଆବୁଧାବି : ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ରାଜସ୍ଥାନ ରୟାଲ୍ସକୁ ୩୩ ରନରେ ପରାସ୍ତ କରିଛି । ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନଙ୍କ ଲଢୁଆ ଅର୍ଦ୍ଧଶତକ ବି ଦଳକୁ ପରାଜୟରୁ ରକ୍ଷା କରିପାରିନାହିଁ । ଆଜି ମ୍ୟାଚରେ ରାଜସ୍ଥାନ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୬ ୱିକେଟ ହରାଇ ୧୫୪ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ଶ୍ରେୟସ ଆୟର ୪୩, ହେଟମେୟର ୨୮ ରନ କରିଥିଲେ । ୧୫୫ରନର ପିଛା କରିବାକୁ ଯାଇ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୨୧ରନ ହିଁ କରିପାରିଥିଲା । ରାଜସ୍ଥାନର ଅଧିନାୟକ ସଂଜୁ ସାମସନ ଲଢୁଆ ୭୦ ରନ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ନିଜ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ । ଆଜିର ବିଜୟ ସହ ୧୬ ପଏଣ୍ଟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷକୁ ପହଞ୍ଚିଯାଇଛି । ଦିଲ୍ଲୀ ଏହି ମ୍ୟାଚ୍‌କୁ ୩୩ ରନରେ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି । ଦଳ ପକ୍ଷରୁ ନୋର୍ଜେ ୨ଟି ୱିକେଟ ନେଇଥିବା ବେଳେ ରବି ଅଶ୍ୱିନ, ଅଭେଶ ଖାନ, କାଗିସୋ ରାବଡା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି । ଏହାପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ଶ୍ରେୟସ ଆୟରଙ୍କ ୪୩ ଓ ହେଟମେୟରଙ୍କ ଦ୍ରୁତ ୨୮ ରନ୍ ବଳରେ ୬ ୱିକେଟ ହରାଇ ୧୫୪ ରନ୍ କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *