ସେପ୍ଟେମ୍ବରରେ ଆସିବ ସିଙ୍ଗଲ ଡୋଜ ଟିକା ସ୍ପୁଟନିକ୍ ଲାଇଟ୍

ନୂଆଦିଲ୍ଲୀ: ଭାରତର ଟିକାକରଣ କାର୍ଯ୍ୟକ୍ରମ ଖୁବଶୀଘ୍ର ତ୍ୱରାନ୍ୱିତ ହେବାକୁ ଯାଉଛି । ଭାରତରେ ତିଆରି ହେଉଥିବା ଋଷୀୟ ଟିକା ସ୍ପୁଟନିକ୍ ଲାଇଟ୍ ଆସନ୍ତା ମାସରେ ଲଞ୍ଚ ହେବ । ଏହି ଟିକା ହେଉଛି ଏକ ଡୋଜ ବିଶିଷ୍ଟ । ପାନାସିଆ ବାୟୋଟେକ ଟିକାର ଜୁରରୀ ବ୍ୟବହାର ପାଇଁ ଡିଜିସିଆଇକୁ ଅନୁମୋଦନ ମାଗିଛି । ତେବେ ପ୍ରାରମ୍ଭିକ ଅବସ୍ଥାରେ ଏହି ଟିକା ଅଳ୍ପ ସଂଖ୍ୟାରେ ଉପଲବ୍ଧ ହେବ । ଏହାର ଦାମ୍ ୭୫୦ ଟଙ୍କା ରହିବ ବୋଲି ଆଶା କରାଯାଉଛି । ପାନାସିଆ ବାୟୋଟେକ୍ ଋଷିଆର ସ୍ପୁଟନିକ୍ ଭି ଟିକା ଭାରତରେ ଲଞ୍ଚ କରିବା ପାଇଁ ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ୍ (ଆରଡିଆଇଏଫ୍)ର ଅଂଶୀଦାର ହୋଇଛି । ବର୍ଷକୁ ୧୦୦ ନିୟୁତ ଡୋଜ୍ ଟିକା ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ସିଙ୍ଗଲ ଡୋଜ ଟିକା ୯୭.୬ ପ୍ରତିଶତ ସଫଳ ହୋଇଛି ବୋଲି ପୂର୍ବରୁ କରାଯାଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *