ଓଡିଶାରେ ଆନ୍ଧ୍ରର ଦାଦାଗିରି ଜାରି : କୋଟିଆର ଅନେକ ଗାଁରେ କଲା ମାଗଣା ଚକ୍ଷୁ ଚିକିତ୍ସା ଶିବିର

କୋରାପୁଟ  : ଓଡିଶା ସୀମାନ୍ତ କୋଟିଆରେ ପଡୋଶୀ ଆନ୍ଧ୍ର ଲଗାତାର ଭାବେ ନିଜର ଆଧିପତ୍ୟ ଜାହିର କରୁଛି । ବଳପୂର୍ବକ କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରୁଥିବା ଆନ୍ଧ୍ର ଏବେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଚ୍ୟାଲେଞ୍ଜ କରିଛି । କୋଟିଆର ବିଭିନ୍ନ ଗାଁରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରି ଓଡିଶା ସରକାରଙ୍କୁ ପୁଣି ଚେକ୍‌ ଦେଇଛି ଆନ୍ଧ୍ର । କୋଟିଆ ଅଞ୍ଚଳର ଫାଟୁସେନେରୀ ଏବଂ ସଲପଗୁଡା ଗାଁରେ ଚକ୍ଷୁ ଚିକିତ୍ସା ଶିବିର କରି ଲୋକମାନଙ୍କର ମାଗଣା ଆଖି ପରୀକ୍ଷା କରାଇଛି ଆନ୍ଧ୍ର । ଆଉ କିଛି ଗାଁରେ ମଧ୍ୟ ମାଗଣା ଚକ୍ଷୁ ଚିକିତ୍ସା କରାଇବା ସହ ଚଷମା ବାଣ୍ଟିବାକୁ ପ୍ରତିଶୃତି ଦେଇଛି । ଓଡିଶା ସୀମାରେ ବାରମ୍ବାର ଅନୁପ୍ରବେଶ କରୁଛି ଆନ୍ଧପ୍ରଦେଶ ।

ବିଗତ ଦିନମାନଙ୍କରେ ଓଡିଶା-ଆନ୍ଧ୍ର ସୀମା ବିବାଦ ଜାରି ରହିଥିବା ବେଳେ ଗତ କିଛି ଦିନ ହେଲା ଏହା ତୀବ୍ର ହେବା​‌ରେ ଲାଗିଛି । କୋଟିଆବାସୀଙ୍କୁ ଆନ୍ଧ୍ର ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ବେଳେ ଏବେ ପୁଣି ଥରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର କରି ଓଡିଶା ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛି । ଗତ କିଛି ଦିନ ତଳେ ଆନ୍ଧ୍ରର ଜଣେ ମନ୍ତ୍ରୀ ଓଡିଶା ଭିତରେ ପଶି ଦାଦାଗିରି ଦେଖାଉଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଥିଲା । ଓଡିଶା ଦ୍ବାରା ନିର୍ମାଣ ହୋଇଥିବା ସ୍କୁଲ, ଅଙ୍ଗନବାଡି କେନ୍ଦ୍ରକୁ ଭାଙ୍ଗି ଦେବାକୁ ଧମକ ଦେଉଥିଲେ ଆନ୍ଧ୍ର ମନ୍ତ୍ରୀ । ଏବେ ପୁଣି ସେଠାରେ ଅନୁପ୍ରବେଶ କରି ଲୋକମାନଙ୍କର ଚକ୍ଷୁ ଚିକିତ୍ସା କରାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *