ଦ୍ଵିତୀୟ ଲହରରେ କମିଛି ଶିଶୁଙ୍କ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ଵିତୀୟ ଲହରର ପ୍ରକୋପ ନିୟନ୍ତ୍ରଣକୁ ଆସିଛି। ସଂକ୍ରମିତଙ୍କ ସଂଖ୍ୟା କମିବା ସହ ସୁସ୍ଥହାର ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ କରୋନା ସଂପର୍କରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ଵାଲଙ୍କ ସୂଚନା ଦେଇଛନ୍ତି। ସେ ସାମ୍ବାଦିକ ସମ୍ମିଳନୀରେ ଦ୍ଵିତୀୟ ଏବଂ ପ୍ରଥମ ଲହରର ତୂଳନାତ୍ମକ ଚିତ୍ର ଉପସ୍ଥାପନ କରିଛନ୍ତି । ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ହ୍ରାସ ପାଇଛି। କିନ୍ତୁ ପ୍ରଥମ ଅପେକ୍ଷା ଦ୍ଵିତୀୟ ଲହରରେ କିଶୋର ସଂକ୍ରମଣଙ୍କ ସଂଖ୍ୟା ବଢିଥିବା ଅଗ୍ରଓ୍ଵାଲ କହିଛନ୍ତି। ସେ ତଥ୍ୟ ରଖି କହିଛନ୍ତି ଯେ, ୧ ରୁ ୧୦ ବର୍ଷ ବର୍ଗରେ ପ୍ରଥମ ଲହରରେ ୩.୨୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିବା ବେଳେ ଦ୍ଵିତୀୟ ଲହରରେ ୩.୦୫ ପ୍ରତିଶତ ସଂକ୍ରମିତ ହୋଇଛନ୍ତି।

ସେହି ପରି ୧୧ ରୁ ୨୦ ବର୍ଷ ବର୍ଗରେ ପ୍ରଥମ ଲହରରେ ୮.୦୩ ପ୍ରତିଶତ ଏବଂ ଦ୍ଵିତୀୟ ଲହରରେ ୮.୫୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଅଦ୍ୟାବଧି ଆରୋଗ୍ୟହାର ୯୫.୬ ପ୍ରତିଶତକୁ ପହଞ୍ଚିଥିବା ଲବ୍ କହିଛନ୍ତି। ଦେଶରେ ସଂକ୍ରମଣ ହାର ପିକ୍‌ରେ ରହିବା ପରେ ପ୍ରତିଦିନ ଚିହ୍ନଟ ନୂଆ ମାମଲାରେ ପାଖାପାଖି ୮୫ ପ୍ରତିଶତ କମିଛି । ପ୍ରାୟ ୭୫ ଦିନ ପରେ ଦେଶରେ ସଂକ୍ରମଣ ହାର ଏଭଳି ଥିବା ସେ ସୂଚନା ଦେଇଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଦେଶରେ ସଂକ୍ରମଣ ହାର ଦ୍ରୁତଗତିରେ କମ ହେବାରେ ଲାଗିଛି । ସୂଚନାଯୋଗ୍ୟ, ଭାରତରେ ବର୍ତ୍ତମାନ ୯, ୧୩, ୩୭୮ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ମେ ୧୦ ତାରିଖରେ ଦେଶରେ ଆକ୍ଟିଭ କେସ ୩୭ ଲକ୍ଷ ୪୫ ହଜାର ୨୩୭ ଥିଲା । ତେଣୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ସଂକ୍ରମଣ ହାର ଦୃତ ଗତିରେ କମୁଥିବା ଦେଖିବାକୁ ମିଳୁଛି । ସଠିକ ସମୟରେ କୋଭିଡ କଟକଣା ଲାଗୁ କରିବା ସହିତ ରାଜ୍ୟମାନଙ୍କରେ ସଚେତନତା ବାର୍ତ୍ତା ପ୍ରସାରିତ ହେବା ଏବଂ କୋଭିଡ ନିୟମ କଡାକଡି ହେବା ଯୋଗୁଁ ଦେଶରେ ସ୍ଥିତି ନିୟନ୍ତ୍ରଣକୁ ଆସିପାରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *