ପଦକ ବିଜେତା ଆଥଲେଟଙ୍କୁ ଆପ୍ୟାୟିତ କଲେ ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଅଲିମ୍ପିକ୍ସ ପଦକ ବିଜେତା ଆଥଲେଟଙ୍କୁ ଆପ୍ୟାୟିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନର ହାଇଟିରେ ଏହି ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ ଓ ଆପ୍ୟାୟିତ କରାଯାଇଛି । ପଦକ ବିଜେତା ଖେଳାଳି ଓ ଭାରତୀୟ ହକି ଦଳ ସହିତ କୋବିନ୍ଦ କଥା ବାର୍ତ୍ତା କରିବା ପରେ ସମଗ୍ର ଦେଶ ସେମାନଙ୍କ ପାଇଁ ଗର୍ବିତ ବୋଲି କହିଥିଲେ । ଭାରତୀୟ ଅଲିମ୍ପିକ୍ ଇତିହାସରେ ଟୋକିଓ-୨୦୨୦ ସବୁଠାରୁ ସଫଳ ଅଲିମ୍ପିକ୍ସ ରହିଥିଲା । ଭାରତ ଏହି ଅଲିମ୍ପିକ୍ସରେ ୭ଟି ପଦକ ହାସଲ କରିବା ସହିତ ନିଜର ସମସ୍ତ ପୂର୍ବତନ ରେକର୍ଡ ଭାଙ୍ଗିଥିଲା । ଚଳିତ ସଂସ୍କରଣରେ ଭାରତର ନୀରଜ ଚୋପ୍ରା ଏକମାତ୍ର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ବ୍ୟତିତ ସାଇଖୋମ ମୀରାବାଇ ଚାନୁ(ଭାରୋତ୍ତଳନ), ରବି ଦାହିୟା(କୁସ୍ତି) ରୌପ୍ୟ ପଦକ ହାସଲ କରିଥିଲେ । ପିଭି ସିନ୍ଧୁ(ବ୍ୟାଡମିଣ୍ଟନ), ଲଭଲିନା ବୋର୍ଗୋହେନ୍ମ(ବକ୍ସିଂ), ଭାରତୀୟ ପୁରୁଷ ହକି ଦଳ ଓ ବଜରଙ୍ଗ ପୁନିଆ(କୁସ୍ତି)ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *