ଅଲିମ୍ପିକ ହକି କ୍ୱାର୍ଟରରେ ଭାରତୀୟ ମହିଳା; ଇତିହାସ ରଚିଲେ ବନ୍ଦନା

ନୂଆଦିଲ୍ଲୀ: ଅଲିମ୍ପିକ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇଛି ରାଣୀ ରାମପାଲଙ୍କ ଭାରତୀୟ ଦଳ । ରାଣୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଶନିବାର ଅନ୍ତିମ ଗ୍ରୁପ ମୁକାବିଲାରେ ସାଉଥ ଆଫ୍ରିକାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ ଆଶା ବଳବତ୍ତର ରଖିଥିଲା । ପୁଲ୍ ଏରେ ଆୟାର୍ଲାଣ୍ଡ ନିଜର ଅନ୍ତିମ ମ୍ୟାଚରେ ବ୍ରିଟେନ ନିକଟରୁ ପରାଜିତ ହେବା ପରେ ଭାରତୀୟ ଦଳ କ୍ୱାଟର୍ରର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବ୍ରିଟେନ ୨-୦ରେ ଆୟାର୍ଲାଣ୍ଡକୁ ପରାସ୍ତ କରିଥିଲା । ପୁଲ୍ ଏ ଓ ବିରୁ ଟପ୍-୪ ଟିମ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେଉଥିବା ବେଳେ ଶନିବାରର ବିଜୟ ପରେ ଭାରତ ୪ର୍ଥ ସ୍ଥାନରେ ପହଞ୍ଚିଥିଲା । ଇତିହାସ ଅର୍ଜନ କରିଥିବା ବନ୍ଦନା କଟାରିୟାଙ୍କ ହ୍ୟାଟ୍ରିକ୍ ଗୋଲ ବଳରେ ଭାରତ ୪-୩ରେ ବିଜୟ ହାସଲ କରିଥିଲେ । ବନ୍ଦନା ମ୍ୟାଚର (୪ର୍ଥ, ୧୭ମ ଓ ୪୯ ତମ) ମିନିଟରେ ଗୋଲ ସ୍କୋର କରିଥିଲେ । ଏହା ସହିତ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ମହିଳା ଖେଳାଳି ଭାବରେ ହ୍ୟାଟ୍ରିକ ଅର୍ଜନ କରି ଇତିହାସ ପୃଷ୍ଠାରେ ନିଜ ନାମ ସାମିଲ କରିଥିଲେ ବନ୍ଦନା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *