ରେଳ ବିଭାଗ ପକ୍ଷରୁ ଭୁବନେଶ୍ୱର-ନୂଆଦିଲ୍ଲୀ ୪ଟି ଟ୍ରେନ ବାତିଲ

ଭୁବନେଶ୍ୱର : ପୂର୍ବତଟ ରେଳ ବିଭାଗ ପକ୍ଷରୁ ବାତିଲ କରାଗଲା ଟ୍ରେନ  । ଭୁବନେଶ୍ୱରରୁ ଦିଲ୍ଲୀ ଚାଲିବାକୁ ଥିବା ଦୁଇ ଯୋଡ଼ା ଟ୍ରେନ ଅଥବା ୪ଟି ସ୍ପେସାଲ ଟ୍ରେନ ବାତିଲ କରିଛି ପୂର୍ବତଟ ରେଳ ବିଭାଗ  । ପୂର୍ବତଟ ରେଳ ଅଧିନରେ ଥିବା ପୂର୍ବ ମଧ୍ୟ ରେଳ ବିଭାଗର  ବିଭିନ୍ନ ଷ୍ଟେସନରୁ ଭୁବନେଶ୍ବରୁ ଦିଲ୍ଲୀ ଯିବାକୁ ଥିବା ସମୁଦାୟ ୨ ଯୋଡ଼ା ଟ୍ରେନର ଯାତ୍ରାକୁ ରଦ୍ଧ କରାଯାଇଛି  । ବାତିଲ ହୋଇଥିବା ଏହି ଟ୍ରେନ ଗୁଡ଼ିକ ପ୍ରଥମ ରହିଛି ଟ୍ରେନ ନମ୍ବର ୦୨୮୨୩  ।  ଭୁବନେଶ୍ୱର-ଦିଲ୍ଲୀ ସ୍ପେସାଲ ଟ୍ରେନ ଜୁଲାଇ ୫, ୯ ଏବଂ ୧୨ ତାରିଖରେ ଚାଲିବାକୁ ଥିବାବେଳେ ଏହାକୁ ବାତିଲ କରାଯାଇଛି  । ସେହିପରି ଟ୍ରେନ ନମ୍ବର ୦୨୮୨୪ ନୂଆଦିଲ୍ଲୀ- ଭୁବନେଶ୍ୱର ସ୍ପେସାଲ ଟ୍ରେନ ୩, ୬, ୧୦ ଏବଂ ୧୩ ଜୁଲାଇରେ ଯାତ୍ରା କରିବାକୁ ଥିବାବେଳେ ଏହାକୁ ଋଦ୍ଧ କରାଯାଇଛି  । ଏନ୍ୟପଟେ ଗାଡ଼ି ନମ୍ବର ୦୨୮୫୫ ଭୁବନେଶ୍ୱରରୁ ନୂଆଦିଲ୍ଲୀ ସ୍ପେସାଲ ଟ୍ରେନ ଜୁଲାଇ ୩ ଏବଂ ୧୦ ତାରିଖ ଯାତ୍ରାକୁ ସ୍ଥଗିତ ରଖାଯାଇଛି  । ଗାଡ଼ି ନମ୍ବର ୦୨୮୫୬ ନୂଆଦିଲ୍ଲୀ- ଭୁବନେଶ୍ୱର ସ୍ପେସାଲ ଟ୍ରେନ ଜୁଲାଇ ୪ ତାରିଖ ଏବଂ ୧୧ ତାରିଖରେ ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ଥିବେବେଳେ ଏହାକୁ ପୂର୍ବତଟ ରେଳ ତରଫରୁ ଯାତ୍ରାକୁ ସ୍ଥଗିତ ଅଥବା ବାତିଲ କରାଯାଇଛି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *