ଚୀନକୁ ତାରି ଭାଷାରେ ଜବାବ ଦେବ ଭାରତ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନକୁ ତାରି ଭାଷାରେ ଜବାବ ଦେବ ଭାରତ । ଦକ୍ଷିଣ ଚୀନ ସାଗରରେ ଚୀନକୁ ଦବଦବାକୁ ଜବାବ ଦେବା ଏବଂ ଡ୍ରାଗନର ପତିଆରାକୁ ପ୍ରତିହତ କରିବା ପାଇଁ ଭାରତ ପଦକ୍ଷେପ ନେବା ଆରମ୍ଭ କରିଛି । ପୂର୍ବ ଏସିଆ ଦେଶଗୁଡିକ ସହ ନିଜର ସୁରକ୍ଷା ସଂପର୍କକୁ ଆହୁରି ମଜବୁତ କରିବା ପାଇଁ ଭାରତ ଦକ୍ଷିଣ ଚୀନ ସାଗରରେ ନୌସୈନିକ ଟାସ୍କ ଫୋର୍ସ ସହ ଯୁଦ୍ଧା ଜାହାଜ ମୁତୟନ କରିବାକୁ ଯାଉଛି । ଭାରତୀୟ ସେନା ପାରମ୍ପରିକ ଭାବେ ଚୀନକୁ ବିରୋଧ କରିନଥାଏ । ମାତ୍ର ଲଦାଖରେ ସୈନ୍ୟ ସଂଘର୍ଷ ପରେ ଚୀନକୁ ନେଇ ଭାରତୀୟ ସେନାର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି । ସେନା ଏବେ ଡ୍ରାଗନ ବିରୋଧରେ କଠୋର ହେବା ସହ ପ୍ରତି ଜବାବ ପାଇଁ ନୂତନ ରଣନୀତି ଆପଣଉଛି । ଚୀନ ବିରୋଧରେ ଆମେରିକା ମଧ୍ୟ ଭାରତକୁ ଖୋଲା ସମର୍ଥନ ଦେଉଛି । ନୌସେନା ନିଜର ବୟାନରେ କହିଛି ଯେ, ଏକ ଗାଇଡେଡ୍ ମିସାଇଲ ବିଧ୍ୱଂସକ ଏବଂ ଗୋଟିଏ ଫ୍ରିଗେଟ ମିସାଇଲ ସହିତ ଚାରୋଟି ଜାହାଜକୁ ଦୁଇ ମାସ ପାଇଁ ଦକ୍ଷିଣ ପୂର୍ବ ଏସିଆ, ଦକ୍ଷିଣ ଚୀନ ସାଗର ଓ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ମୁତୟନ କରାଯିବ । ଏହାକୁ ନେଇ ନୌସେନା କହିଛି, ସାମୁଦ୍ରିକ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ନିଆଯାଉଛି । ମିତ୍ର ଦେଶ ମଧ୍ୟରେ ତାଳମେଳ ଏବଂ ଉତ୍ତମ ସମନ୍ୱୟ ରଖିବା ଆମର ଉଦ୍ଦେଶ୍ୟ । ନୌସେନା କହିଛି, ଭାରତୀୟ ଜାହାଜ ଗୁଆମ ତଟରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହିତ ବାର୍ଷିକ ସମରାଭ୍ୟାସରେ ଅଂଶ ଗ୍ରହଣ କରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *