ମିସ୍ କଲ୍ ରେ ବୁକ୍ ହେବ ଏଲପିଜି ସିଲଣ୍ଡର….

ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ବୁକ୍ କରିବା ଏବେ ଆହୁରି ସହଜ ହେବ । କେବଳ ଗୋଟିଏ କଲ୍ ରେ କରିପାରିବେ ଗ୍ୟାସ ବୁକିଂ । ପୂର୍ବରୁ ଗ୍ରାହକଙ୍କୁ କଷ୍ଟମର କେୟାର ଦ୍ୱାରା ଗ୍ୟାସ ବୁକିଂ କରିବାକୁ ପଡ଼ୁଥିଲା ଫଳରେ ଅନେକ ସମୟ ଧରି ଗ୍ରାହକଙ୍କ କଲ୍ ହୋଲ୍ଡ କରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଏମିତି କରିବାକର ଆବଶ୍ୟକ ନାହିଁ । କେବଳ ଗୋଟିଏ  ମିସ୍ କଲ୍ ଦ୍ୱାରା ଗ୍ୟାସ ଆପଣଙ୍କ ଘରେ ପହଞ୍ଚିଯିବ । ବର୍ତ୍ତମାନ ଏହି ସୁବିଧା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ(ଆଇଓସି) ଏହାର ଇଣ୍ଡେନ ଗ୍ୟାସ ଗ୍ରାହକମାନଙ୍କୁ ଏହି ସେବା ଯୋଗାଉଛି । ମିସ୍ କଲ ମାଧ୍ୟମରେ ଏଲପିଜି ବୁକିଂ କରିବାର ସୁବିଧା ଆଇଓସି ଦ୍ୱାରା ଚଳିତ ବର୍ଷ ଫେବୃଆରୀରେ ଆରମ୍ଭ ହୋଇଥିଲା । ଆଇଓସି ଏହାର ଏଲପିଜି ଗ୍ରାହକଙ୍କୁ ଏଥିପାଇଁ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛି। ଏହି ଟ୍ୱିଟ୍ ରେ ମିସ୍ କଲ୍ ପାଇଁ ନମ୍ବର ମଧ୍ୟ ଉଲ୍ଲେଖ କରିଛି, ଯାହା ହେଉଛି ୮୪୫୪୯୫୫୫୫୫  । ଆପଣଙ୍କୁ ଆପଣଙ୍କର ପଞ୍ଜୀକୃତ ମୋବାଇଲରୁ ମିସ୍ କଲ କରିବାକୁ ପଡ଼ିବ । ଆଇଓସି ଏହାର ଟ୍ୱିଟ୍ ରେ ଏହା ମଧ୍ୟ କହିଛି ବର୍ତ୍ତମାନ ଓଡ଼ିଶା ଏବଂ କୋଟା ଗ୍ରାହକମାନେ ମଧ୍ୟ ଏହି ନମ୍ବରରେ ମିସ୍ କଲ୍ ଦେଇ ନୂଆ ଗ୍ୟାସ ସଂଯୋଗ ପାଇପାରିବେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *