କରୋନା କାରଣରୁ ବାତିଲ ହେଲା ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ

ମାଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ । କରୋନା କାରଣରୁ ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ବାତିଲ ହୋଇଛି ।  ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଆଜି ମଞ୍ଚେଷ୍ଟର୍‌ରେ ଖେଳାଯାଇଥାନ୍ତା ୫ମ ତଥା ଚୂଡ଼ାନ୍ତ ଟେଷ୍ଟ୍‌  । ଭାରତୀୟ ଦଳର ସହକାରୀ ‘ଫିଜିଓଥେରାପିଷ୍ଟ୍‌’ ଯୋଗେଶ ପରମର ଗୁରୁବାର ଦିନ କୋଭିଡ୍‌-୧୯ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିବା ପରେ ‘ବୋର୍ଡ ଅଫ୍ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇଣ୍ଡିଆ’ ଏବଂ ‘‘ଇଂଲଣ୍ଡ୍‌ କ୍ରିକେଟ୍‌ ବୋର୍ଡ’ ମଧ୍ୟରେ ଗଭୀର ଆଲୋଚନା ‌ହୋଇଥିଲା। ତା’ପରେ ମ୍ୟାଚ୍ ବାତିଲ ନେଇ ନିଷ୍ପତ୍ତି ହୋଇଛି ।  ‘ବିସିସିଆଇ’ ସହ ଆଲୋଚନା ପରେ ଆଜି ଏମିରେଟ୍‌ସ୍‌ର ଓଲଡ୍‌ ଟ୍ରାଫୋର୍ଡରେ ଆଜି ଇଂଲଣ୍ଡ୍‌ ଏବଂ ଭାରତର ଖେଳାଳିମାନଙ୍କ ମଧ୍ୟରେ ଆରମ୍ଭ ହେବାକୁ ଥିବା ପଞ୍ଚମ ‘ଏଲ୍‌ଭି  ଇନ୍‌ସ୍ୟୁରାନ୍ସ୍‌ ଟେଷ୍ଟ୍‌’କୁ ବାତିଲ କରାଯାଇଥିବା ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି । ଆଗକୁ କରୋନା ମାମଲା ବଢ଼ିବାର ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *