ସୋନୁ ସୁଦଙ୍କ ଘରେ ଆଜି ପୁଣି ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ : ବଲିଉଡ କଳାକାର ଏବଂ କରୋନା କାଳରେ ଲୋକଙ୍କ ପାଇଁ ଦେବଦୂତ ପାଲଟିଥିବା ସୋନୁ ସୁଦଙ୍କ ଘର ଏବଂ ଦପ୍ତରରେ ଆଜି ପୁଣି ଆୟକର ବିଭାଗର ସର୍ଭେ ଜାରି ରହିଛି । ବୁଧବାର ୨୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ସର୍ଭେ ଗୁରୁବାର ପୁଣି ଥରେ ଆରମ୍ଭ ହୋଇ ଯାଇଛି । ଗତକାଲି ସୋନୁ ସୁଦଙ୍କ ଛଅଟି ଠିକଣାରେ ସର୍ଭେ ଅଭିଯାନ ଚାଲିଥିଲା । ହେଲେ ଏ ପର୍ଯ୍ୟନ୍ତ ଆୟକର ବିଭାଗକୁ କଣ ହାସଲ ହୋଇଛି ଏବଂ ଅଧିକାରୀ କଣ ପାଇଛନ୍ତି ଏହାର କୌଣସି ସୂଚନା ବିଭାଗ ଦେଇ ନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆୟକର ବିଭାଗ ସୋନୁ ସୁଦଙ୍କ ଏକ ଡିଲକୁ ନେଇ ତନାଘନା କରୁଛି । ସୁଦ ଲଖନଉର ଏକ ରିୟଲ ଏଷ୍ଟେଟ୍ କମ୍ପାନୀ ସହ ଏହି ଚୁକ୍ତି କରିଛନ୍ତି । ହେଲେ ଏହି ମାମଲାରେ କୌଣସି ଆନୁଷ୍ଠାନିକ ବୟାନ କି ସୂଚନା ଦିଆଯାଇ ନାହିଁ । କୋଭିଡ୍ ମହାମାରୀ ସମୟରେ ଅହୋରାତ୍ର ଲୋକଙ୍କ ସାହାଯ୍ୟ କରିଥିବା ସୋନୁ ସୁଦ ମିଡିଆ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶଂସାର ପାତ୍ର ପାଲଟିଛନ୍ତି । କରୋନା କାଳରେ ସୋନୁ ବଡ ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ । ଏପରିକି ପ୍ରବାସୀ ଶ୍ରମିକଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ । ସେ ଶ୍ରମିକଙ୍କ ଯାତ୍ରାକୁ ସହଜ ଏବଂ ସୁବିଧା ଜନକ କରିବା ପାଇଁ ଭୋଜନ, ଗାଡି ଏବଂ  ଅନ୍ୟ ସମ୍ବଳର ବନ୍ଦୋବସ୍ତକ କରିଥିଲେ । ସୋନୁ ଯେଉଁଭଳି ଭାବେ ନିଃସ୍ୱାର୍ଥପର ଲୋକଙ୍କ ସାହାଯ୍ୟ କରିଛନ୍ତି, ସେଥିରେ ସେ ରିଲ୍ ଲାଇଫରୁ ରିୟଲ ଲାଇଫର ହିରୋ ପାଲଟି ସାରିଛନ୍ତି । ୨୦୧୨ରେ ମଧ୍ୟ ଆୟକର ବିଭାଗ ସୋନୁ ସୁଦଙ୍କ ଘର ଉପରେ ଚଢାଉ କରିଥିଲା । ସୋନୁ ସେହି ସମୟରେ ୩୦ କୋଟି ଟଙ୍କାର ସଂପତ୍ତି କିଣିଥିଲେ । ଏହା ପରେ ବିଭାଗ ସୋନୁଙ୍କ ଘରେ ଆହୁରି ଚଢାଉ କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *