ସଇତାନ : ମହିଳାଙ୍କୁ ଯୌନଦାସୀ କରି ଗର୍ଭବତୀଙ୍କୁ ଯୌନ ନିର୍ଯାତନା ଦେବାକୁ ବି ପଛାଉନାହାନ୍ତି

ନୂଆଦିଲ୍ଲୀ: ଇଥିଓପିୟାର ଟିଗ୍ରେ ଅଞ୍ଚଳରେ ଲମ୍ବା ସମୟ ହେଲା ସରକାର ଓ ବିରୋଧୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହି ସଂଘର୍ଷ ମଧ୍ୟରେ ଇଥିଓପିଆ ସେନାଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲାଗିଛି । ଇଥିଓପିୟା ସେନାଙ୍କ ଉପରେ ଶହ ଶହ ମହିଳା ଓ ଯୁବତୀଙ୍କ ସହିତ ବଳାତ୍କାର କରିଥିବା ଭଳି ଅଭିଯୋଗ ଆସିଛି । ଏହାର ଖୁଲାସା ଏମନେଷ୍ଟୀ ଇଣ୍ଟରନ୍ୟାସନାଲ୍ ରିପୋର୍ଟରେ ହୋଇଛି । ଏହି ରିପୋର୍ଟ ଅନୁସାରେ, ଇଥିଓପିୟା ସେନା ଟିଗ୍ରେ ସହ ସଂଘର୍ଷ ସମୟରେ ମହିଳା ମାନଙ୍କ ସହିତ ଦୁର୍ବବ୍ୟବହାର କରିଛନ୍ତି । ଇଥିଓପିୟାର ଉତ୍ତରାଞ୍ଚଳରେ ବଳାତ୍କାର ମାମଲା ବୃଦ୍ଧି ପାଉଥିବାରୁ ଏମନେଷ୍ଟୀ ଇଣ୍ଟରନ୍ୟାସନାଲ୍ ଏହା ଉପରେ ଯାଞ୍ଚ କରିବା ଆରମ୍ଭ କରିଥିଲେ । ଟିଗ୍ରୀର ୬୩ ଜଣ ମହିଳା, ଡାକ୍ତର ଏବଂ ନର୍ସ ଙ୍କ ସହିତ କଥାବାର୍ତ୍ତା କରିବା ଆଧାରରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି । ଏଥିରେ କେଉଁ ଭଳି ଭାବରେ ମହିଳା ମାନଙ୍କ ସହିତ ଗ୍ୟାଙ୍ଗରେପ୍ କରାଯାଏ ଏବଂ ସେମାନଙ୍କୁ କିପରି ଯୌନଦାସୀ କରି ରଖାଯାଏ ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହି ମହିଳା ମାନଙ୍କୁ ଅନେକ ପ୍ରକାରରେ ପ୍ରତାଡ଼ିତ କରାଯାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *