ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ୱର ପୁରସ୍କୃତ

ଭୁବନେଶ୍ୱର: ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ୱର ପୁଣି ଥରେ ଆଗରେ । ଇଣ୍ଡିଆନ ସ୍ମାର୍ଟ ସିଟି -ଆଇଏସସି ଆଓ୍ୱାର୍ଡ ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ଜିତିଛି ରାଜଧାନୀ ଭୁବନେଶ୍ୱର । ସହରାଞ୍ଚଳ ଓ ଗୃହ ନିର୍ମାଣ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶରେ ୧୦୦ଟି ସହର ଭାଗ ନେଇଥିଲେ । ତିରୁପତି ପ୍ରଥମ ପୁରସ୍କାର ପାଇଥିବା ବେଳେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । କର୍ଣ୍ଣାଟକର ତୁମାକୁରୁ ତୃତୀୟ ସ୍ଥାନରେ ରହିଛି । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଦୁଇଟି ପ୍ରୋଜେକ୍ଟକୁ ପ୍ରଶଂସା କରାଯାଇଥିଲା । ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ସାମାଜିକ ସ୍ତରରେ ମଧ୍ୟ ଭୁବନେଶ୍ୱର ସ୍ମାର୍ଟସିଟି ଭାବେ ସୃଷ୍ଟି କରିପାରିଛି ନିଜର ପରିଚୟ । ଏଥିସହ ଭୁବନେଶ୍ୱରରେ ମହିଳାଙ୍କ ସୁରକ୍ଷାକୁ ନେଇ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ପ୍ରଂଶସା କରାଯାଇଛି । ରାଜଧାନୀରେ ଓ୍ୱାଇ-ଫାଇ ବ୍ୟବସ୍ଥା, ପବ୍ଲିକ ଟ୍ରାନ୍ସପୋର୍ଟ, ଜନକଲ୍ୟାଣ ଯୋଜନା ଭଳି ବିଭିନ୍ନ ବ୍ୟବସ୍ଥା ପାଇଁ ରାଜଧାନୀ ଅନ୍ୟ ସହର ଠାରୁ ସୃଷ୍ଟି କରିପାରିଛି ନିଜର ସ୍ୱତନ୍ତ୍ର ପରିଚୟ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *