ଅଗଷ୍ଟରେ ୯୩,୫୫୦ ଆପତ୍ତିଜନକ କଣ୍ଟେଣ୍ଟ୍ ହଟାଇଛି ଗୁଗଲ୍‌

ନୂଆଦିଲ୍ଲୀ: ଇଣ୍ଟନ୍‌ନେଟ୍ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ଅଗଷ୍ଟ ମାସରେ ୟୁଜର୍‌ଙ୍କ ପକ୍ଷରୁ ୩୫,୧୯୧ଟି ଅଭିଯୋଗ ପାଇଥିବା ବେଳେ ୯୩,୫୫୦ଟି ଆପତ୍ତିଜନକ କଣ୍ଟେଣ୍ଟ୍‌କୁ ହଟାଇଥିବା କମ୍ପାନୀର ଏକ ରିପୋର୍ଟରୁ ଜଣାପଡ଼ିଛି । ସେହିପରି କମ୍ପାନୀ ଅଗଷ୍ଟ ମାସରେ ୟୁଜର୍ସଙ୍କ ରିପୋର୍ଟ ଆଧାରରେ ସ୍ୱୟଂଚାଳିତ ଚିହ୍ନଟ ପ୍ରକ୍ରିୟା ଦ୍ୱାରା ୬୫୧,୯୮୮ଟି କଣ୍ଟେଣ୍ଟ୍ ହଟାଇଥିବା କହିଛି । ସେହିପରି ଜୁଲାଇରେ ୟୁଜର୍‌ଙ୍କଠାରୁ ପାଇଥିବା ୪୬,୯୩୩ ଅଭିଯୋଗ ଆଧାରରେ ୯୫,୬୮୦ କଣ୍ଟେଣ୍ଟ୍‌କୁ ମଧ୍ୟ ହଟାଇଛି । ସ୍ୱୟଂଚାଳିତ ଚିହ୍ନଟ ପ୍ରକ୍ରିୟା ମାଧ୍ୟମରେ କମ୍ପାନୀ ଜୁଲାଇରେ ୫,୭୫,୯୮୨ଟି କଣ୍ଟେଣ୍ଟ ହଟାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ଚଳିତ ମେ ୨୬ ତାରିଖରେ କାର୍ଯ୍ୟକ୍ଷମ ଭାରତର ଆଇଟି ନିୟମ ଅନୁସାରେ ଆମେରିକା ଆଧାରିତ କମ୍ପାନୀ ଏହି ଘୋଷଣା କରିଛି । ଗୁଗଲ୍‌ର ସର୍ବଶେଷ ରିପୋର୍ଟ ଅନୁସାରେ କମ୍ପାନୀ ଭାରତରେ ଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଅଗଷ୍ଟ ମାସରେ ୩୫,୧୯୧ଟି ଅଭିଯୋଗ ପାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୯୩,୫୫୦ଟି କଣ୍ଟେଣ୍ଟ୍ ହଟାଇଛି । ଏହି ଅଭିଯୋଗଗୁଡ଼ିକ ତୃତୀୟ ପକ୍ଷ କଣ୍ଟେଣ୍ଟ ସମ୍ପର୍କିତ, ଯାହା ଗୁଗଲ୍ ପ୍ଲାଟ୍‌ଫର୍ମରେ ସ୍ଥାନୀୟ ନିୟମ କିମ୍ବା ବ୍ୟକ୍ତିଗତ ଅଧିକାର ଉଲ୍ଲଂଘନ କରୁଥିବା ବିଶ୍ୱାସ କରାଯାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *