ପାକ୍ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଇମ୍ରାନ୍ ଖାନ୍‌

ନୂଆଦିଲ୍ଲୀ : ଭାରତରେ ଯାହା ବି ହେବ ତାହାର ରିଆକ୍ସନ୍ ଆଉ କେଉଁଠି ଦେଖିବାକୁ ମିଳୁ କି ନ ମିଳୁ ପାକିସ୍ତାନରେ କିନ୍ତୁ ନିହାତି ଦେଖିବାକୁ ମିଳିବ । ଏବେ ପୁଣିଥରେ ସେଭଳି ଏକ କଥାକୁ ନେଇ ପାକିସ୍ତାନ ଚର୍ଚ୍ଚାକୁ ଆସିଛି । ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପାକିସ୍ତାନର ଲୋକଙ୍କୁ ଦୁନିଆରେ ଦରଦାମ୍ ବଢ଼ୁଥିବା ନେଇ କେତେକ କଥା କହିଛନ୍ତି । ଏ ଅବସରରେ ସେ ଭାରତରେ ପେଟ୍ରୋଲର ଦାମ୍‌କୁ ନେଇ ଭୁଲ ସୂଚନା ଦେଇଛନ୍ତି ।

ଇମ୍ରାନ୍ ଖାନ୍ ପେଟ୍ରୋଲ ଓ ଡିଜେଲ ବିଷୟରେ ଆଲୋଚନା କରିବା ଅବସରରେ ଦାବି କରିଛନ୍ତି ଯେ ପାକିସ୍ତାନରେ ପେଟ୍ରୋଲର ଦର ଅନ୍ୟ ଦେଶ ତୁଳନାରେ ସବୁଠାରୁ କମ୍। ଏକ ର‌୍ୟାଲିରେ ଇମ୍ରାନ୍ ଖାନ୍ କହିଛନ୍ତି, ଭାରତରେ ପେଟ୍ରୋଲର ଦରଦାମ୍ ହୁ ହୁ ବଢ଼ୁଥିବାରୁ ଲୋକମାନେ ବିରୋଧ କରିବା ଆରମ୍ଭ କଲେଣି । ଭାରତର ପେଟ୍ରୋଲ ଦାମ୍ ଲିଟର ପିଛା ୨୫୦ ଟଙ୍କା ହେଲାଣି ।

ସେହିପରି ବାଲାଂଦେଶରେ ଏବେ ପେଟ୍ରୋଲ ୨୦୦ରେ ପହଞ୍ଚିଲାଣି । ମାତ୍ର ପାକିସ୍ତାନରେ ଏବେ ବି ପେଟ୍ରୋଲ ଦାମ୍ ଲିଟରକୁ ୧୪୬ ଟଙ୍କା ରହିଛି । ଯାହା ସବୁଠୁ କମ୍ । ଇମ୍ରାନ୍ ଖାନ୍ କହିଛନ୍ତି, ପାକିସ୍ତାନରେ ପେଟ୍ରୋଲ ଶସ୍ତା ହେବାର କାରଣ ହେଉଛି ଏଠାରେ ସରକାର ତୈଳ ଉପରୁ ସବୁ ପ୍ରକାରର ଟ୍ୟାକ୍ସ ଓ ଶୁଳ୍କ ଉଠାଇ ଦେଇଛନ୍ତି । କରୋନା ଭାଇରାସ୍ ଯୋଗୁ ଏବେ ଦରଦାମ୍ ବଢ଼ୁଛି । ସଂକ୍ରମଣ କମାଇବାକୁ ଲକ୍‌ଡାଉନ୍ କରି ଦିଆଗଲା ।

ଫଳରେ ଏବେ ହୁ ହୁ ହୋଇ ସବୁ ଜିନିଷର ଦର ବଢ଼ୁଛି । କିନ୍ତୁ ଅନ୍ୟ ଦେଶ ତୁଳନାରେ ପାକିସ୍ତାନରେ ଏବେ ଦରଦାମ୍ କମ୍ ବଢ଼ିଛି । ପାକ୍ ସରକାରଙ୍କ ଯୋଗୁ ହିଁ ଏସବୁ ସମ୍ଭବ ହୋଇପାରିଛି ବୋଲି ଇମ୍ରାନ୍ ଖାନ୍ କହିଛନ୍ତି । ନିଜ ଅଭିଭାଷଣରେ ଇମ୍ରାନ୍ ଭାରତରେ ପେଟ୍ରୋଲ ଦର ଲିଟର ପିଛା ୨୫୦ ଟଙ୍କା ବୋଲି କହିଛନ୍ତି । କିନ୍ତୁ ପ୍ରକୃତରେ ଭାରତରେ ତେଲ ଦାମ୍ ତା’ଠାରୁ ବହୁତ କମ୍ । ଭାରତରେ ଏବେ ପେଟ୍ରୋଲ ଲିଟର ପିଛା ୧୦୦ରୁ ୧୨୦ ଟଙ୍କା ମଧ୍ୟରେ ରହିଛି । କିଛି ଦିନ ତଳେ କେନ୍ଦ୍ର ସରକାର ଏହି ଦାମ୍‌ରେ କିଛି ଛାଡ଼ କରିଛନ୍ତି । କିନ୍ତୁ ଇମ୍ରାନ୍ ଖାନ୍ ଭାରତରେ ପେଟ୍ରୋଲ ଦାମ୍‌କୁ ଟାର୍ଗେଟ୍ କରି ନିଜ ପ୍ରଚାର ଚଳାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *