ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କଟକଣା କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ଯେ, ‘ପଞ୍ଚାୟତ ସୀମା ପୁନଃନିର୍ଦ୍ଧାରଣ କାମ ସରିଛି । ନିର୍ବାଚନ ନେଇ ଖୁବଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ ।ଏହା ସହ ପୌର ନିର୍ବାଚନ ପାଇଁ ବି ଆମେ ପ୍ରସ୍ତୁତ ଅଛୁ । ତେବେ ରାଜ୍ୟରେ ଆଗାମୀ ୬ ମାସ ମଧ୍ୟରେ ପଞ୍ଚାୟତ ନିର୍ବାଚନ କରାଇବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ପୂର୍ବରୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ନେଇ ରାଜ୍ୟ ସରକାର ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିବେ ବୋଲି । ସୂଚନା ଯୋଗ୍ୟ ଯେ, ୨୦୧୭ ମସିହା ଫେବୃଆରୀରେ ରାଜ୍ୟର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *