ଟିକା ନେଲା ପରେ ବି ୨୦ ପ୍ରତିଶତଙ୍କ ପାଖରେ ସୃଷ୍ଟି ହେଉନି ଆଣ୍ଟିବଡ଼ି

ଭୁବନେଶ୍ୱର: ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର ୬୦୦ ସାମ୍ପଲକୁ ଜେନମ ସିକ୍ୱେନ୍ସିଂ କରାଯାଇଥିଲା । ୪୨୫ ଡେ଼ଲ୍ଟା ଭାରିଏଣ୍ଟ ବାହାରିଥିଲା । ଅନ୍ୟ ସବୁ ନମୁନା ଅନ୍ୟ ଭାରିଏଣ୍ଟର । କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇନି । ଟିକା ନେଲା ପରେ ବି ୨୦ପ୍ରତିଶତଙ୍କ ପାଖରେ ସୃଷ୍ଟି ହେଉନି ଆଣ୍ଟିବଡି । ଅଧିକ ସାମ୍ପୁଲର ଜେନମ ସିକ୍ୱେନ୍ସିଂରେ ଓଡ଼ିଶା ଦେଶରେ ୪ ନମ୍ବର । ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୬ ହଜାର ସମ୍ପଲ ଜେନାମ ସିକ୍ୱେନ୍ସିଂ ହୋଇଛି । ଡବଲ ଡୋଜ ପରେ ବୁଷ୍ଟର କି ତୃତୀୟ ଡୋଜ ଦେବା ନେଇ ଚାଲିଛି ଅନୁଧ୍ୟାନ । ତେବେ ସମାନ କମ୍ପାନୀର କିମ୍ବା ଅନ୍ୟ କମ୍ପାନୀର ଡୋଜ ଦିଆଯିବ, ଏହାକୁ ନେଇ ବିଶ୍ଳେଷଣ କରାଯାଉଛି । ଖୁବଶୀଘ୍ର ଭାରତ ସରକାର ଏ ସମ୍ପର୍କରେ ଘୋଷଣା କରିବେ ବୋଲି କହିଛନ୍ତି ଇନ୍‌ଷ୍ଟଚ୍ୟୁଟ୍ ଅଫ୍ ଲାଇଭ୍ ସାଇନ୍ସର ନିର୍ଦ୍ଦେଶ ଡ. ଅଜୟ ପରିଡ଼ା । ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢାଇପରେ । କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ । ନୂଆଖାଇ ଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ । ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି । ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି । ତା ଆର୍ଥ ନୁହେଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି । ପାର୍ବଣଣେ ସତର୍କ ରହିବାକୁ ପଡ଼ିବ । ଏବେର ପରିସ୍ଥିତିକୁ ଦେଖିଲେ କେରଳ ଏବଂ ଉତ୍ତର ପୂର୍ବରୁ ୮୦ ପ୍ରତିଶତ କେସ ଆସୁଛି । ମହାରାଷ୍ଟ୍ରରେ ଟିକେ ବଢିଛି । ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି । ଟିକାର ପ୍ରଭାବ ୭୦ରୁ ୮୦% ରହୁଛି । ୧୮ ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *