କରୋନାର ତୃତୀୟ ଲହର ହେବ କମ୍ ବିପଦପୂର୍ଣ୍ଣ

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଲୋକଙ୍କ ଯେଉଁ କଷ୍ଟ ଦେଇଛି ହୁଏତ ତାହା ଭୁଲିବା କଷ୍ଟକର । ଆଖି ସାମ୍ନାରେ ନିଜ ପରିଜନଙ୍କୁ ହରାଇବାର ଦୁଃଖ, ଯାହାକୁ ମନେ ପକାଇ ଲୋକେ ଆଜିବି ଭୟଭୀତ ହୋଇଯାଉଛନ୍ତି । ତେବେ ଏଭଳି ସମୟରେ ଆଇଆଇଟି କାନପୁରର ପ୍ରଫେସର ଏକ ଆଶ୍ୱସ୍ତିକର ଖବର ଆଣିଛନ୍ତି । ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଗାଣିତିକ ବିଶ୍ଲେଷଣ ସୂତ୍ର ଆଧାରରେ ଏହି ଦାବି କରିଛନ୍ତି ଯେ ତୃତୀୟ ଲହର ଦ୍ୱିତୀୟ ଲହରଠାରୁ କମ୍ ବିପଦପୂର୍ଣ୍ଣ ରହିବ । ଏହା ସହ ସେ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ତୃତୀୟ ଲହର ଆସିବା ନେଇ ସମ୍ଭାବନା ପ୍ରକାଶ କରିଛନ୍ତି । ଗତ ୧ ମାସ ଧରି ସେ ଏହା ଉପରେ ମଡେଲ ଅନୁଯାୟୀ ଆକଳନ କରୁଥିବା କହିଛନ୍ତି ପ୍ରଫେସର ମଣିନ୍ଦ୍ର । ଏହି ଆକଳନରୁ ସେ ଜାଣିବାକୁ ପାଇଥିଲେ ଯେ ତୃତୀୟ ଲହର ଦ୍ୱିତୀୟ ଲହରଠାରୁ କମ୍ ପ୍ରଭାବଶାଳୀ ରହିବ । ପ୍ରଫେସର କହିଛନ୍ତି ଭାରତରେ ଡେଲ୍ଟା ଭାରିଆଣ୍ଟ ଯୋଗୁଁ ତୃତୀୟ ଲହର ଆସିବାର ସମ୍ଭାବନା କମ୍ ରହିଛି । ଯଦି ଭାରତରେ କୌଣସି ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପେ ତା’ହେଲେ କିଛି ମାତ୍ରାରେ ତୃତୀୟ ଲହର ଆସିପାରେ । ଏହା ସହ ସେ କହିଛନ୍ତି ଯେଉଁମାନେ ସଂକ୍ରମିତ ହୋଇ ଭଲ ହୋଇଯାଇଛନ୍ତି ସେମାନଙ୍କ ମଧ୍ୟରୁ ୫ରୁ ୨୦ ପ୍ରତିଶତ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି କମୁଥିବାର ଲକ୍ଷ୍ୟ କରାଯାଉଛି । ଯାହା ଯୋଗୁଁ ସେମାନେ ପୁଣିଥରେ ସଂକ୍ରମିତ ହୋଇପାରନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *