ଦୁଇଟି ଡୋଜ୍ ଟିକା ନନେଲେ ମିଳିବନି ଦରମା !

ନୂଆଦିଲ୍ଲୀ: ଯଦି ଆପଣ ଏକ ସରକାରୀ ଚାକିରୀ କରୁଛନ୍ତି ଆଉ ଦୁଇଟି ଡୋଜ୍ ଟିକା ନେଇନାହାନ୍ତି ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯେଉଁ ମାନେ କରୋନାର ଦୁଇ ଡୋଜ୍ ଟିକା ଗ୍ରହଣ କରିନାହାନ୍ତି, ହରିୟାଣା ସରକାର ସେହି ଭଳି କିଛି କର୍ମଚାରୀଙ୍କ ଦରମା ବନ୍ଦ କରିଦେଇଛନ୍ତି । ଏହି ନିଷ୍ପତି ହରିୟାଣା ସରକାର ଫ୍ରଣ୍ଟଲାଇନ୍ କର୍ମଚାରୀ ମାନଙ୍କ ପାଇଁ କରିଛନ୍ତି । କେନ୍ଦ୍ର ସରକାର ପ୍ରଥମେ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କ ଠାରୁ ହିଁ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ ।

କାରଣ ସେମାନଙ୍କ ପାଇଁ ଏହା ଅଧିକ ବିପଦ ସୃଷ୍ଟି କରିପାରେ । ତେଣୁ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଟିକା ନେଇନଥିବା ଲୋକମାନଙ୍କ ଦରମା ଠପ୍ କରିଦେଇଛନ୍ତି ।ସରକାର କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ତେଣୁ ସରକାରୀ କର୍ମଚାରୀ ମାନେ ଟିକାକୁ ଗମ୍ଭୀରତାର ସହିତ ନେବା ପାଇଁ ଏପରି ଘୋଷଣା କରିଛନ୍ତି । ଅନେକ କର୍ମଚାରୀ ଟିକା ନେଇ ନଥିବା ଖବର ସାମନାକୁ ଆସିବାପରେ ସରକାର ଏପରି ନିଷ୍ପତି ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୩ ଲକ୍ଷ ୮୬ହଜାର ୭୪୧ ଜଣ ଟିକା ନେଇସାରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *