ଓଡ଼ିଶାରେ ଫେରିବ କି ନାଇଟ୍ କର୍ଫ୍ୟୁ ?
ଭୁବନେଶ୍ୱର : ସଂକ୍ରମଣ ବଢିଲେ ନାଇଟ କର୍ଫ୍ୟୁ ଜାରି କରାଯାଇପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ । ଅନ୍ୟପଟେ ବିଶେଷଜ୍ଞ ଡାକ୍ତରଙ୍କ ମତରେ ନାଇଟ କର୍ଫ୍ୟୁର କୌଣସି ଆବଶ୍ୟକତା ନାହିଁ ବରଂ ସମାବେଶ ଉପରେ କିପରି ରୋକ ଲାଗିପାରିବ ସେ ଦିଗରେ ସରକାର ଯତ୍ନବାନ ହେବା ଦରକାର । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ନାଇଟ କର୍ଫ୍ୟୁ ନେଇ କୌଣସି ନିଷ୍ପତି ହୋଇନାହିଁ ।
ସଂକ୍ରମଣ ବଢିଲେ ନାଇଟ କର୍ଫ୍ୟୁ । ସତର୍କ କଲେ ସରକାର । ଓଡିଶାରେ ସଂକ୍ରମଣ ଟିକିଏ ବଢିଲେ, ଲାଗୁ ହୋଇଯିବ ନାଇଟ କର୍ଫ୍ୟୁ । ଏହି ମର୍ମରେ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଦରକାର ନାହିଁ ନାଇଟ କର୍ଫ୍ୟୁ । ସମାବେଶ ଉପରେ ଲଗାଯାଉ ରୋକ । ଦେଶର ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଦେବୀ ସେଟ୍ଟୀ ଲକଡାଉନ କିମ୍ବା ନାଇଟ କର୍ଫ୍ୟୁର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ ଭାବରେ କହୁଥିବା ବେଳେ ଆଜି ଓଡିଶାର ବିଶେଷଜ୍ଞ ଡାକ୍ତରମାନେ ମଧ୍ୟ କହିଛନ୍ତି ନାଇଟ କର୍ଫ୍ୟୁର କୌଣସି ଆବଶ୍ୟକତା ନାହିଁ ।