ଓଡିଶାରେ ୩ ବ୍ରିଟେନ୍ ଷ୍ଟ୍ରେନ୍ ଚିହ୍ନଟ

ଭୁବନେଶ୍ୱର : ଭାରତରେ ବ୍ୟାପିଲାଣି କରୋନାର ନୂଆ ଷ୍ଟ୍ରେନ୍ । ୧୮ଟି ରାଜ୍ୟରେ ଠାବ ହୋଇଛି ଡବଲ ମ୍ୟୁଟାଣ୍ଟା ଭାଇରସ୍ । ଏହି ଭାଇରସ ଅଧିକ ବେଗରେ ସଂକ୍ରମଣ କରିପାରେ । ନୂଆ ଷ୍ଟ୍ରେନ୍ ସମ୍ପର୍କରେ ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଯାଏ ଦେଶରେ ୭୭୧ ଜଣଙ୍କଠାରେ ବିଦେଶୀ ଷ୍ଟ୍ରେନ ଠାବ ହୋଇଛି । ୩୪ ଜଣଙ୍କଠାରେ ଦକ୍ଷିଣ ଆଫ୍ରିକୀୟ ଷ୍ଟ୍ରେନ୍ ଠାବ ହୋଇଛି । ଜଣଙ୍କର ଶରୀରରେ ବ୍ରାଜିଲ ଭାଇରସ ଷ୍ଟ୍ରେନ ଠାବ ହୋଇଛି । ବାକି ୭୩୬ ଜଣଙ୍କଠାରେ ବ୍ରିଟେନ କରୋନାର ନୂଆ ଷ୍ଟ୍ରେନ୍ ଠାବ ହୋଇଛି। ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ୍ ପଞ୍ଜାବରୁ ଚିହ୍ନଟ ହୋଇଥିବା ଉଲ୍ଲେଖ ରହିଛି । ତେବେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ବ୍ରିଟେନ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। କିନ୍ତୁ ଓଡିଶାରେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ନାହିଁ । ଓଡିଶାରୁ ୩ ବ୍ରିଟେନ ଷ୍ଟ୍ରେନ୍ ଚିହ୍ନଟ ନେଇ କେନ୍ଦ୍ରରୁ ସୂଚନା ମିଳିଛିି । ଏନେଇ ନେସନାଲ ସେଣ୍ଟର ଫର୍ ଡିଜିଲ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍.କେ ସିଂହ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *