ଫେସବୁକରୁ ଆରମ୍ଭ ହେଲା ପ୍ରେମ, ତା’ପରେ ବିବାହ

ଭୁବନେଶ୍ୱର: ପୁଣି ଲଭ୍-ସେକ୍ସ-ଧୋକ୍କା । ଉତ୍ତର ପ୍ରଦେଶରୁ ଜଣେ ଆଇଏଏସ୍ ଅଧିକାରୀଙ୍କ ଯୌନ କେଳେଙ୍କାରୀ ସାମନାକୁ ଆସିଛି । ଗୁଜୁରାଟ କ୍ୟାଡରର ଅଧିକାରୀ ଜଣଙ୍କ ଫେସବୁକରେ ଜଣେ ଏମବିବିଏସ ଛାତ୍ରୀଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ।

ଏହାର ସୁଯୋଗ ନେଇ ଅଧିକାରୀ ଜଣଙ୍କ ଛାତ୍ରୀ ଜଣଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ବୋଲି ଅଭିଯୋଗ ହୋଇଛି । ଅଧିକାରୀ ଜଣକ ବିବାହର ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରିଥିବା ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । ସେ ଛାତ୍ରୀଙ୍କୁ ଦିଲ୍ଲୀ ନେଇ ଦୁଷ୍କର୍ମ କରିବା ସହିତ ଅଶ୍ଲୀଳ ଫଟୋ ଉତ୍ତୋଳନ କରିଥିଲେ ।

ପୀଡ଼ିତା ଏହାକୁ ବିରୋଧ କରିଥିଲେ ମଧ୍ୟ ଅଧିକାରୀ ଜଣଙ୍କ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଦୁହେଁ ବିବାହ କରିଥିଲେ ଓ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ମାତ୍ର କିଛି ଦିନ ପରେ ମାଆ ଓ ଝିଅଙ୍କୁ ଛାଡ଼ି ଅଧିକାରୀ ଜଣଙ୍କ ଫେରାର ହୋଇଯାଇଥିଲେ । ପୀଡ଼ିତା ଏ ନେଇ ରାଷ୍ଟ୍ରପତିଙ୍କ ନିକଟକୁ ପତ୍ର ଲେଖିବା ସହ ନ୍ୟାୟ ଅପେକ୍ଷାରେ ରହିଥିବା ଜଣାପଡ଼ିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *