୩୦ ବର୍ଷ ଯାଏଁ ମିଳିପାରିଲାନି ମନଲାଖି ଜୀବନସାଥୀ, ଶେଷରେ କ’ଣ କଲେ ପୁରା ଘଟଣା ଜାଣନ୍ତୁ….

ଇଂଲଣ୍ଡ : ମା’ ହେବା ପ୍ରତ୍ୟେକ ନାରୀ ପାଇ ଏକ ସୁଖଦ ଅନୁଭବ । ମା’ ହେବା ପରେ ହିଁ ଜଣେ ମହିଳା ଜୀବନାରେ ପୂର୍ଣ୍ଣତା ଆସିଥାଏ । ଏଣୁ ପ୍ରତ୍ୟେକ ମହିଳା ଚାହିଁଥାନ୍ତି ସନ୍ତାନଟିଏ । କିନ୍ତୁ ବର୍ତ୍ତମାନର ଲାଇଫ୍‌ଷ୍ଟାଇଲ୍ ଏତେ ଖରାପ ହୋଇଯାଇଛି ଯେ ଲୋକମାନେ ଆଉ ରିଲେସନ୍‌ସିପ୍‌ରେ ଆସିବାକୁ କି ବିବାହ କରିବାକୁ ଚାହୁଁ ନାହାନ୍ତି । ପରଫେକ୍ଟ ଜୀବନସାଥୀ ମିଳିଲେ ହିଁ ସମସ୍ତେ ବିବାହ କରିବାକୁ ରାଜି ହେଉଛନ୍ତି । ଏଭଳି ସ୍ଥିତିରେ ଯାହାକୁ ନିଜ ମନ ଲାଖି ସାଥୀଟିଏ ମିଳୁନାହିଁ ସେ ସାରା ଜୀବନ ଏକୁଟିଆ ହିଁ କାଟିଦେଉଥିବା ଦେଖାଯାଇଛି । କିନ୍ତୁ ଇଂଲଣ୍ଡର ଜଣେ ମହିଳା ବିନା ବିବାହରେ ବି ସନ୍ତାନ ଜନ୍ମ କରି ଜୀବନରେ ପୂର୍ଣ୍ଣତା ଆଣିଛନ୍ତି । ଏହି ମହିଳା ଜଣକ ହେଉଛନ୍ତି ଡେନିୟଲ ବଟଲ । ଡେନିୟଲ ଏକ ପରଫେକ୍ଟ ପାର୍ଟନର ଖୋଜି ଖୋଜି ୩୦ ବର୍ଷ ଯାଏଁ ଏକୁଟିଆ ରହିଥିଲେ । ୩୦ ବର୍ଷ ମଧ୍ୟରେ ତାଙ୍କୁ ଜଣେ ହେଲେ ଏମିତି ପୁରୁଷ ମିଳିଲାନି ଯିଏ ତାଙ୍କୁ ବୁଝିପାରିବ । ଏଣୁ ସେ ବିନା ଲାଇଫ୍ ପାର୍ଟନରରେ ହିଁ ସନ୍ତାନ ଜନ୍ମ କରି ସିଙ୍ଗଲ ମଦର ହେବାକୁ ନିଷ୍ପତ୍ତି ନେଇଥିଲେ ।

ଏ ନେଇ ଡେନିୟଲ କହିଛନ୍ତି, ମୁଁ ମା’ ହେବା ଖୁସି ଅନୁଭବ କରିବାକୁ ଚାହୁଁଥିଲି । ଗତ କିଛି ବର୍ଷ ହେଲା ମୁଁ ପରଫେକ୍ଟ ପାର୍ଟନର ସନ୍ଧାନରେ ଥିଲି । କିନ୍ତୁ ମୋତେ କେହି ମିଳି ନଥିଲେ । ମୁଁ ସାଙ୍ଗମାନଙ୍କୁ ଥଟ୍ଟାରେ କହୁଥିଲି ଯେ ବୋଧେ ମୋତେ ସ୍ପର୍ମ ଡୋନରଙ୍କ ସାହାଯ୍ୟ ନେବାକୁ ପଡ଼ିବ । ତା’ ପରେ ମୁଁ ଚିନ୍ତା କଲି ଏହି ଥଟ୍ଟା ମଜାକୁ ସତ କରିଦେଲେ କେମିତି ହୁଅନ୍ତା । ଏଥିପାଇଁ ମୁଁ ପରିବାର ସହ ଆଲୋଚନା କରିଥିଲି । ପରିବାର ଲୋକେ ମଧ୍ୟ ମୋତେ ସମର୍ଥନ କରିଥିଲେ । ପରେ ମୁଁ ଫେସ୍‌ବୁକ୍‌ରେ ଏକ ସିଙ୍ଗଲ ମଦର ଗ୍ରୁପ୍‌ରେ ଯୋଗ ଦେଇଥିଲି । ସେଠାରେ ମୋତେ ଫର୍ଟିଲିଟି ଟେଷ୍ଟ କରାଇବାକୁ କୁହାଗଲା ।

ପରେ ମୁଁ ସ୍ପର୍ମ ବ୍ୟାଙ୍କରୁ ଏକ ସୁସ୍ଥ ତଥା ସ୍ମାର୍ଟ ସ୍ପର୍ମ ଡୋନର ବାଛିଥିଲି । ନଭେମ୍ବର ୨୦୨୦ରେ ମୁଁ ଆଇଭିଏଫ୍ କରାଇଥିଲି । ୧୧ ଦିନ ପରେ ଡାକ୍ତର ମୋତେ ଖୁସି ଖବର ଶୁଣାଇଥିଲେ ଯେ ମୁଁ ଗର୍ଭବତୀ ଅଛି । ମୁଁ ଏକଥାକୁ ବିଶ୍ୱାସ ବି କରିପାରିନଥିଲି । ସବୁ କିଛି ଠିକ୍ ଠାକ୍ ଚାଲିଥିବା ବେଳେ ୩୬ ସପ୍ତାହରେ ମୋତେ ଜଣାପଡ଼ିଥିଲା ଯେ ମୋର ଡାଇବେଟିସ୍ ବଢ଼ିଯାଇଛି । ଡାକ୍ତର ମୋର ଶୀଘ୍ର ଡେଲିଭରି କରାଇବାକୁ କହିଥିଲେ । ଶେଷରେ ମୋ ସ୍ୱପ୍ନ ପୂରା ହୋଇଥିଲା । ଡେଲିଭରି ପରେ ଯେତେବେଳେ ମୁଁ ମୋ ପୁଅକୁ କୋଳରେ ଧରିଲି, ମୁଁ ସେହି ମୁହୂର୍ତ୍ତକୁ କେବେ ବି ଭୁଲିପାରିବି ନାହିଁ । ମୋ ଛୁଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ସେ ବଡ଼ ହେଲେ ମୁଁ ତାକୁ ମୋ କାହାଣୀ ନିଶ୍ଚୟ ଶୁଣାଇବି ବୋଲି କହିଛନ୍ତି ଡେନିୟଲ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *