ଧୋକେବାଜ୍ ସ୍ୱାମୀର ଅସଲ ମୁଖା ଖୋଲିଦେଲା ସ୍ତ୍ରୀ….

ନୂଆଦିଲ୍ଲୀ : ଜଣେ ମହିଳା ନିଜ ସ୍ୱାମୀଙ୍କ ପୋଲ୍ ଖୋଲି ତାଙ୍କୁ ଜୀବନରୁ ତଡ଼ି ଦେଇଛନ୍ତି । କାହିଁକି ନା, ସେ ତାଙ୍କୁ ଧୋକା ଦେଇ ଆସୁଥିଲେ । ମହିଳା ଜଣକ କହିଥିଲେ ଯେ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଖରାପ ସମ୍ପର୍କ ଥିଲା ଏବଂ ସେ ଏ ବିଷୟରେ ଲଗାତାର ମିଛ କହି ଆସୁଥିଲେ । କିନ୍ତୁ ହଠାତ୍ ଦିନେ ଟେକ୍ନୋଲୋଜି ସାହାଯ୍ୟରେ ସେ ନିଜ ସ୍ୱାମୀଙ୍କ ଅସଲ ମୁଖା ପଦାରେ ପକାଇ ଦେଇଥିଲେ । ସୂଚନା ଅନୁଯାୟୀ, ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଘର ବାହାରେ ଅନ୍ୟ ଜଣେ ମହିଳାଙ୍କ ସହିତ ଦେଖିଥିଲେ, ଯିଏକି, ଅର୍ଦ୍ଧ ନଗ୍ନ ଅବସ୍ଥାରେ ଥିଲେ । ମହିଳା କହିଥିଲେ କି, ମହିଳାଙ୍କୁ ବିଦାୟ ଦେବା ବେଳେ ଦୁହେଁ ପରସ୍ପରକୁ କିସ୍ କରିଥିଲେ ଏବଂ ଏହାପରେ ତାଙ୍କ ସ୍ୱାମୀ ମହିଳାଙ୍କର ଭୁଲ ଜାଗାରେ ସ୍ପର୍ଶ କରିଥିଲେ । କିନ୍ତୁ ସ୍ୱାମୀଙ୍କୁ ଏ ବିଷୟରେ ଟିକିଏ ବି ଧାରଣା ନ ଥିଲା ଯେ ଏହି ପୂରା ଦୃଶ୍ୟ ଡୋର୍ ବେଲରେ ଲଗାଯାଇଥିବା କ୍ୟାମେରାରେ କଏଦ ହେଉଛି । ମହିଳା କହିଥିଲେ କି, ମୋ ସ୍ୱାମୀ ଜଣେ ଧୋକାଦିଆ ପୁରୁଷ ଏବଂ ମୁଁ ତାଙ୍କୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇ ସାରିଛି । ଏଥି ପୂର୍ବରୁ ଯେତେବେଳେ ବି ମହିଳା ତାଙ୍କୁ ଫ୍ୟାମିଲି ଟ୍ରିପ୍‌ରେ ଯିବାକୁ କହୁଥିଲେ, ସେ ଅସୁସ୍ଥ ଥିବାର ବାହାନା ଦେଖାଇ ତାଙ୍କ ସହିତ ଯିବାକୁ ମନା କରି ଦେଉଥିଲେ । ତେବେ ମହିଳା ଡୋର ବେଲ କ୍ୟାମେରାର ଫୁଟେଜକୁ ଟିକଟକରେ ସେୟାର କରିବା ସହିତ କ୍ୟାପସନ ଲେଖିଛନ୍ତି, ‘ଯେତେବେଳେ ଆପଣଙ୍କ ସ୍ୱାମୀ ପ୍ଲାନ କରାଯାଇଥିବା ଫ୍ୟାମିଲି ଟ୍ରିପ୍‌ରେ ଏକାଠି ଯିବା ପୂର୍ବରୁ ଅଧିକ ଅସୁସ୍ଥ ହୋଇ ପଡ଼ନ୍ତି’ । ବର୍ତ୍ତମାନ ଏହି ଭିଡିଓ ଫୁଟେଜ୍ ପରେ ମହିଳାଙ୍କ ପାଖରେ ସ୍ୱାମୀଙ୍କଠାରୁ ଅଲଗା ହେବାର ଠୋସ୍ ପ୍ରମାଣ ରହିଛି । ଭିଡିଓ ସେୟାର ହେବା ପରେ ପାଖାପାଖି ୧ ମିଲିୟନ ଲୋକ ଏହାକୁ ଦେଖି ସାରିଲେଣି ଏବଂ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । କିଛି ଲୋକ ମହିଳାଙ୍କ ସ୍ୱାମୀଙ୍କର ଏପରି କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ଆଉ କିଛି ଲୋକ ମହିଳାଙ୍କୁ ଥଟ୍ଟା ପରିହାସ କରି କମେଣ୍ଟ ମଧ୍ୟ ଦେଉଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *