ସ୍ତ୍ରୀକୁ ଘରୁ ତଡିଦେଲା ସ୍ୱାମୀ

ଭୁବନେଶ୍ୱର : ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଖାଇବାକୁ ନଦେଇ ଘରୁ ତଡିଦେବା ଯୋଗୁ ସ୍ତ୍ରୀ କୌଣସି ଉପାୟ ନପାଇ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଣ୍ଡାପାର୍କ ବସ୍ତିରେ । ସୁଚନା ଅନୁଯାୟୀ, ପଣ୍ଡାପାର୍କ ବସ୍ତିରେ ରହୁଥିବା ଅଜୟ ନାୟକ ଅନିତା ନାୟକଙ୍କୁ ଗତ ୨୦୧୮ରେ ପ୍ରେମ ବିବାହ କରିଥିଲେ । ପରେ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା । କିଛି ଦିନ ଠିକ୍ ଠାକ୍ ଚିଲିଲା । ହେଲେ କିଛି ଦିନ ପରେ ଅଜୟ ବାରମ୍ବାର ଅନିତାକୁ ଅକଥନିୟ ଅତ୍ୟାଚାର କରିଚାଲିଥିଲା । ଏପରିକି ଅନେକ ଥର ଜିବନରୁ ମାରିଦେବାକୁ ଧମକ ଦେଉଥିଲା ।

ଗତ ୫ ଦିନ ପୁର୍ବେ ଅଜୟ ଅନିତାକୁ ଏକ ପଥରରେ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା । ଏପରିକି ତାଙ୍କୁ ଗୋଟିଏ ଘର ଭିତରେ ପୁରାଇ ଖାଇବାକୁ ଦେଇ ନଥିଲା । ଅନୀତା କୌଶଳ କ୍ରମେ ବାହାରକୁ ଆଶି ନିଜ ଘରକୁ ପଳାଇ ଆସିଥିଲେ । ଘଟଣା ବଷୟରେ ମା’କୁ ସବୁ କଥା କହିଥିଲେ । ଆଜି ଉଭୟ ମା’ ଓ ଝିଅ ଚନ୍ଦ୍ରଶେଖରପୁର ଥାନାକୁ ଆସି ଅଜୟଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଳେ । ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଅଜୟଙ୍କୁ ଥାନାକୁ ଡ଼ାକି ପଚରାଉଚ୍ଚରା ଜାରି ରଖିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *