ପଡୋଶୀ ଯୁବକଙ୍କୁ ପ୍ରେମ କରୁଥିଲା ସ୍ତ୍ରୀ, ତା’ ପରେ କ’ଣ ହେଲା ଜାଣିଛନ୍ତି ?

ଭୁବନେଶ୍ୱର : ବେଳେବେଳେ ସ୍ୱାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କରେ ନଜର ଆଉ କାହାର ଲାଗିଯାଏ। ଆଉ ଏହି ସମ୍ପର୍କରେ ଯେତେବେଳେ ତୃତୀୟ ଲୋକ ପ୍ରବେଶ କରେ ସେତେବେଳେ ସ୍ୱାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କରେ ଆସିଯାଏ ତିକ୍ତତା। ଆଉ ପରିସ୍ଥିତି ହୋଇଯାଏ ବହୁତ ସାଂଘାତିକ। ଏମିତି ହିଁ ହୋଇଛି ପ୍ରସାନ୍ତଙ୍କ କ୍ଷେତ୍ରରେ। ସ୍ତ୍ରୀଙ୍କ ପଡୋଶୀ ଯୁବକଙ୍କ ସହ ପ୍ରେମ ଆଉ ପାପ ସମ୍ପର୍କକୁ ସହିପାରିଲେନି, ବିଷ ପିଇ କଲେ ଆତ୍ମହତ୍ୟା। ତେବେ ଆସନ୍ତୁ ପୂରା ଘଟଣା ବିଷୟରେ ଜାଣିବା। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଗାଁରେ ଘଟିଥିବା ଏକ ଅଭାବନୀୟ ଘଟଣା ବିଷୟରେ। ଉଭୟ ପ୍ରେମ ବିବାହ କରିଥିଲେ, ପାଞ୍ଚ ବର୍ଷର ହସଖୁସିର ଦାମ୍ପତ୍ୟ ଜୀବନ ଭିତରେ ସେମାନଙ୍କ କୋଳକୁ ଏକ ପୁତ୍ର ସନ୍ତାନ ମଧ୍ୟ ଆସିଲା। ହେଲେ ଭିତରେ ଭିତରେ ପତ୍ନୀ ପଡୋଶୀ ଯୁବକର ପ୍ରେମରେ ପଥଭ୍ରଷ୍ଟ ହୋଇ ସ୍ୱାମୀକୁ ଧୋକା ଦେଲେ। ପ୍ରସାନ୍ତ ଦିନ ମଜୁରିଆ ଭାବେ କାମ କରନ୍ତି। ପ୍ରାୟତଃ ସେ ରାତିରେ କାମ କରିବାକୁ ବାହାରକୁ ଯାଆନ୍ତି। ତେଣୁ ଏହି ମଉକାରେ ସ୍ତ୍ରୀ ଆଉ ପଡୋଶୀ ଯୁବକ ପରଷ୍ପର ମିଳାମିଶା କରନ୍ତି। ଏନେଇ ଲୋକଙ୍କ ଭିତରେ ଟୁପୁରୁଟାପୁରୁ ଚାଲିଥିଲେ ବି ପ୍ରଶାନ୍ତ ନିଜ ସ୍ତ୍ରୀ ସନ୍ଧ୍ୟାକୁ ଅବିଶ୍ୱାସ କରିପାରୁନଥିଲେ। କିନ୍ତୁ କୁହନ୍ତି ଯେ ଚୋର ଘର ଅନ୍ଧାର ନଥାଏ।

ଗତ ଶୁକ୍ରବାର ରାତିରେ ଉଭୟ ପ୍ରେମୀ ଯୋଡି ପରକୀୟା ପ୍ରୀତିରେ ଲିପ୍ତ ଥିବାବେଳେ ସାହି ଲୋକେ ସେମାନଙ୍କୁ ବାହାରୁ କବାଟ ବନ୍ଦ କରିଦେଇଥିଲେ। ଏବଂ ତୁରନ୍ତ ପ୍ରସାନ୍ତଙ୍କୁ ଖବର ଦେଇଥିଲେ। ଖବର ପାଇ ପ୍ରଶାନ୍ତ କାମରୁ ଫେରିଆସିଲେ। ଏହାପରେ ପାଟିତୁଣ୍ଡ ବଢ଼ିଥିଲା। ଏହାପରେ ମାମଲା ବାଲିପାଟଣା ଥାନାରେ ପହଁଚିଥିଲା। କିନ୍ତୁ ପୋଲିସ ଏଏସଆଇ ଭଦ୍ରଲୋକଙ୍କ ସହାୟତାରେ ସ୍ତ୍ରୀକୁ ପୁଣିଥରେ ଗ୍ରହଣ କରିନେବାକୁ କହି ବିଶ୍ୱାସ ଘାତକତା ସ୍ତ୍ରୀକୁ ନିରୀହ ସ୍ୱାମୀ ହାତରେ ଛନ୍ଦିଦେଲେ। ପ୍ରସାନ୍ତ କିନ୍ତୁ ସ୍ତ୍ରୀଙ୍କର ଏପରି ପ୍ରତାରଣା ଆଉ ଧୋକାକୁ ସହିପାରୁନଥିଲେ ତେଣୁ ଘରକୁ ନେବାକୁ ରାଜି ନହେଲେନି। ଏଥିରେ ଏଏସଆଇ ପୁଷ୍ପଲତା ପାଇରାୟ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ସାଙ୍ଗରେ ନନେଲେ ପାଲଟା ମାମଲାରେ ଛନ୍ଦି ଦେବେ ବୋଲି ପ୍ରଶାନ୍ତଙ୍କୁ ଧମକ ଦେଇଥିଲେ। ତେଣୁ ବାଧ୍ୟ ହୋଇ ସେ ସ୍ତ୍ରୀକୁ ଧରି ଘରକୁ ଫେରିଲେ। କିନ୍ତୁ ସ୍ତ୍ରୀକୁ ଆଣିଲେ ସତ ଘରେ ପହଁଚିବା ପରେଲୋକଲଜ୍ଜାକୁ ଡରି ସମସ୍ତଙ୍କ ଅଜାଣତରେ ବିଷ ପିଇଦେଲେ। ଏହାପରେ ସେ ବାଳକଟିରେ ବଡଭାଇଙ୍କ ପାଖରେ ଛାଡିଥିବା ପୁଅକୁ ଦେଖା କରିବାକୁ ଯାଇଥିଲେ। ସେଠାରେ ସେ ବଡଭାଇଙ୍କ ଘରଦୁଆରେ ଟଳି ପଡିଥିଲେ। ତାଙ୍କୁ କଟକ ମେଡିକାଲ ନେଇଥିଲେ।

କିନ୍ତୁ ଶନିବାର ରାତି ପ୍ରାୟ ୧୦ଟାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଅଭାବନୀୟ ଘଟଣାକୁ ନେଇ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ଥାନା ସମ୍ମୁଖରେ ମୃତଦେହ ରଖି ଧାରଣା ଦେଇଥିଲେ। ନିଜ ପୁଅକୁ ନ୍ୟାୟ ଦେବା ପାଇଁ ପୋଲିସର ଗୋଡ ଧରି ବହୁ କାକୁତି ମିନତୀ ହୋଇଥିଲେ ପ୍ରସାନ୍ତଙ୍କ ବାପା କୃଷ୍ଣଚନ୍ଦ୍ର ଭୋଇ। ଧୋକାବାଜ୍‌ ସ୍ତ୍ରୀ ଓ ତାଙ୍କ ପ୍ରେମିକ ହେମନ୍ତ ଭୋଇ ଓରଫ ହାପିଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏମିତିକି ପ୍ରଶାନ୍ତକୁ ଧମକାଇଥିବା ମହିଳା ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଦାବି କରିଥିଲେ। ବିବାହିତା ମହିଳାଙ୍କୁ ପ୍ରେମ କରି ଏକ ପରିବାର ଉଜାଡି ଦେଇଥିବା ଅଭିଯୋଗରେ ପୋଲିସ ଶେଷରେ ହାପିକୁ ଗିରଫ କରିବା ପରେ ଲୋକେ ଧାରଣାରୁ ହଟିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *