ବିବାହର ୧୫ ଦିନ ପରେ ନିଜ ସ୍ତ୍ରୀକୁ ବିକି ଦେଲା ସ୍ୱାମୀ, ତା’ପରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ବଲାଙ୍ଗୀର : ପ୍ରେମ, ବିବାହ ତା’ପରେ ପ୍ରତାରଣ । ଯାହାକୁ ଭଲପାଇ ବିବାହ କଲେ, ବିବାହର ୧୫ ଦିନରେ ତା’ସହ କଲେ ପ୍ରତାରଣା । ବିବାହର ୧୫ ଦିନ ପରେ ରାଜସ୍ଥାନକୁ ନେଇ ସାତ ଜନମର ସାଥୀ ହେବା ପାଇଁ ବିବାହ କରିଥିବା ସ୍ୱାମୀ ନିଜ ସ୍ତ୍ରୀକୁ ବିକି ଦେଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଆଉ ଶେଷରେ ଏବେ ପୋଲିସକୁ ମାମଲା ଯିବା ପରେ ରାଜସ୍ଥାନରୁ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିବା ସହ ପ୍ରତାରଣା କରିଥିବା ସ୍ୱାମୀକୁ ଗିରଫ କରି ଜେଲ୍ ପଠାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳରେ । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ବେଲପଡ଼ା ଥାନା ସୁଲେକେଲା ଗାଁର ରାଜେଶ ରଣା । ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ଭଲପାଉଥିଲା । ଉଭୟଙ୍କର ପରିବାରର ସହମତି ପରେ ବିବାହ ମଧ୍ୟ ହୋଇଥିଲା ।

ରୀତିନୀତି ଅନୁସାରେ ଝିଅକୁ ବାହା ହୋଇ ଘରକୁ ଆଣିଥିଲା ରାଜେଶ । ହେଲେ ବିବାହର ୧୫ ଦିନ ପରେ ବୁଲିଯିବାକୁ ଡାକି ନିଜ ସ୍ତ୍ରୀକୁ ନେଇଯାଇଥିଲା ରାଜସ୍ଥାନ । ସେଠାରେ ସ୍ତ୍ରୀକୁ ବୁଲାଇବ କ’ଣ ଓଲଟି ଜଣଙ୍କ ପାଖରେ ବିକ୍ରି କରି ଚାଲିଆସିଥିଲା । ୧ ଲକ୍ଷ ୮୦ ହଜାର ଟଙ୍କାରେ ନିଜ ସ୍ତ୍ରୀଙ୍କୁ ବିକିଦେଇଥିଲା ରାଜେଶ । ଝିକୁ ନପାଇ ଏନେଇ ଅଗଷ୍ଟ ୫ ତାରିଖରେ ଝିଅର ବାପା ଶଙ୍ଖଧର ରଣା ବେଲପଡ଼ା ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ । ନିଖୋଜ ମାମଲାର ତଦନ୍ତ କରୁ କରୁ ପୋଲିସ ରାଜେଶକୁ ଥାନାକୁ ଡାକି ପଚରଉାଚୁରା କରିଥିଲା । ରାଜେଶ ନିଜ ସ୍ତ୍ରୀକୁ ବିକି ଦେଇଥିବା କଥା ମାନିଥିଲା । ଏହାପରେ ମାମଲାକୁ ଗୁରୁତ୍ୱର ସହ ନେଇ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ରାଜସ୍ଥାନ ମଂଜୋଲା, ଶିଫଲାକୁ ଯାଇ ସେଠାରୁ ଝିଅକୁ ଉଦ୍ଧାର କରିଥିଲା । ହେଲେ ଗାଁ ଲୋକେ ଝିଅକୁ ଛାଡ଼ିବାକୁ ନାରାଜ ଥିଲେ । ପରେ ସେଠିକାର ପୋଲିସର ସହାୟତାରେ ଝିଅ ଉଦ୍ଧାର ହୋଇଥିଲା । ଏ ନେଇ ପୋଲିସ ରାଜେଶ ବିରୋଧରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *