ସ୍ୱାମୀ କରୁଛି ଆକୁଳ ନିବେଦନ, ମୋ ସ୍ତ୍ରୀକୁ ଭଲ କରିଦିଅ

ଭଦ୍ରକ : ନିଜର ଜୀବିକା ଯିବା ପରେ ଏବେ ନିଜ ସ୍ତ୍ରୀର ଜୀବନ ରକ୍ଷା ପାଇଁ ସଂଘର୍ଷ ଜାରି ରଖିଛନ୍ତି ଜଣେ ଗରିବ ଅସହାୟ ଦଳିତ ବ୍ୟକ୍ତି । ସ୍ତ୍ରୀର ଚିକିତ୍ସା, ଅର୍ଥ ଅଭାବରୁ ହୋଇ ନ ପାରିବାରୁ ଉଭୟ ସ୍ୱାମୀ ସ୍ତ୍ରୀ ଦୁଃଖ ଯନ୍ତ୍ରଣାରେ ଭାଗ୍ୟ ଭଗବାନ ଉପରେ ଭରସା ରଖି ଦିନ କାଟୁଛନ୍ତି । ଏଭଳି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ କଟସାହି ପଞ୍ଚାୟତ ଡାଙ୍ଗମାଳ ଗାଁରେ । ଏହି ଗାଁର ଉମାକାନ୍ତ ମହାଳିକ ନାମକ ଜଣେ ଦଳିତ ଗରିବ ବ୍ୟକ୍ତିଙ୍କ ସ୍ତ୍ରୀ ବାସନ୍ତୀ ମେରୁଦଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୩ ବର୍ଷ ହେବ ବିଛଣାରେ ପଡି ରହିଛନ୍ତି । ନା ସିଏ ଉଠି ପାରୁଛନ୍ତି ନା ବସି ପାରୁଛନ୍ତି । କେବଳ ବିଛଣାରେ ପଡି ରହି ଯନ୍ତ୍ରଣା ଦଗ୍ଧ ଜୀବନ ବିତାଉ ଛନ୍ତି । ସ୍ତ୍ରୀ ର ଜୀବନ ରକ୍ଷା ପାଇଁ ନିଜ ଜୀବିକା ଛାଡି ସ୍ୱାମୀ କରୁଛନ୍ତି ସ୍ତ୍ରୀଙ୍କ ସେବା । ତେବେ ଚିକିତ୍ସା ପାଇଁ ସବୁ ହରାଇ ଏବେ ଅସହାୟ ହୋଇ ପଡିଛନ୍ତି ସ୍ୱାମୀ । ସୂଚନା ଅନୁଯାୟୀ, ନିଜର କିଛି ଜମିବାଡ଼ି ନ ଥିବାରୁ ସ୍ୱାମୀ ସ୍ତ୍ରୀ ଦିଘାକୁ ଯାଇ ସେଠାରେ ଥିବା ଚିଙ୍ଗୁଡ଼ି କମ୍ପାନୀରେ ଏକ ମେସରେ ରହି ରୋଷେୟା ଭାବେ କାମ କରୁଥିଲେ ଏବଂ ତାଙ୍କ ସ୍ତ୍ରୀ ବାସନ୍ତୀ ହେଲପର ଭାବେ ସହଯୋଗ କରୁଥିଲେ । ସେଠାରେ ଯାହା ରୋଜଗାର କରୁଥିଲେ ସେଥିରେ ତିନି ଝିଅଙ୍କୁ ଧାର କରଜ କରି ବଡ କଷ୍ଟରେ ବାହାଦେଲେ ।

ଆଉ ପୁଅକୁ ଉଚ୍ଚ ଶିଖିତ କରିବା ପାଇଁ ପାଠ ପଢ଼ାଉଥିଲେ । କିନ୍ତୁ ୨୦୧୮ ମସିହାରେ ଦିଘାରେ ଜଣେ ସମ୍ପର୍କୀୟଙ୍କ ଘରକୁ ବାସନ୍ତୀ ଯାଇଥିଲା ବେଳେ ବାସନ୍ତୀଙ୍କ ମୁଣ୍ଡ ଚାଳରେ ବାଜି ଗଭୀର ଆଘାତ ଲାଗିଥିଲା । ତେଣୁ ସେମାନେ ନିଜ ଗାଁକୁ ଫେରି ଆସିଥିଲେ । ପରେ ତାଙ୍କର ପିଠିରେ ଯନ୍ତ୍ରଣା ହେଲା । ତେଣୁ ଉମାକାନ୍ତ ସ୍ତ୍ରୀର ଯନ୍ତ୍ରଣା ଦେଖି ଭଦ୍ରକ ଓ କଟକ ବଡ଼ ଡାକ୍ତରଖାନା ନେଇଥିଲେ । ତେବେ ପ୍ରଥମେ ଅଲସର ହୋଇଛି ବୋଲି ଡାକ୍ତର କହି ଔଷଧ ଦେଲେ । ସେଥିରେ ଅଲସର ଭଲ ହୋଇଗଲା ସତ କିନ୍ତୁ ପିଠିର ବିନ୍ଧା କମିଲା ନାହିଁ । ଆସ୍ତେ ଆସ୍ତେ ସେ ବିଛଣାରେ ପଡି ରହିଲେ । ହାତ ଦୁଇ ଟିକୁ ଛାଡି ଦେଲେ ସବୁ ଜାଗାରେ ହେଲା ଭୀଷଣ ଯନ୍ତ୍ରଣା । ଏହାପରେ ଉମାକାନ୍ତ ବାସନ୍ତୀଙ୍କୁ କଟକ ନେଇଗଲେ ଏବଂ ସେଠାରେ ତାଙ୍କର ଏମଆରଆଇ କଲେ ଆଉ ସେଥିରୁ ବାସନ୍ତୀଙ୍କ ମେରୁ ଦଣ୍ଡରେ ଆଘାତ ଲାଗି ଥିବା ଜଣା ପଡିଲା ।

ଏଥିପାଇଁ ଅପରେସନ ଦରକାର ବୋଲି ଡାକ୍ତର କହିଲେ । ହେଲେ ଉମାକାନ୍ତଙ୍କ ପାଖରେ ଯାହା କିଛି ସମ୍ବଳ ଥିଲା ସବୁ ଖର୍ଚ୍ଚ ହୋଇ ଯାଇଛି । ଏପରିକି ଧାର କରଜ ଟଙ୍କା ମଧ୍ୟ ସୁଜି ପାରୁ ନାହାନ୍ତି । ଏକ ମାତ୍ର ପୁଅ +୩ ପଢିଥିଲେ ମଧ୍ୟ ଟଙ୍କା ଅଭାବରୁ ଉଚ୍ଚ ଶିକ୍ଷା ପାଇ ପାରୁ ନାହାନ୍ତି । ଏପରି ସ୍ଥଳେ କୋଉଠୁ ଟଙ୍କା ଆଣିବେ ଅପରେସନ ପାଇଁ ଯିବେ ସେହି ଚିନ୍ତା ତାଙ୍କୁ ଘାରିଛି । ଉମାକାନ୍ତଙ୍କର ଏବେ ଜୀବିକା ବୋଲି କିଛି ନାହିଁ କି ଜମି ବାଡ଼ି ମଧ୍ୟ କିଛି ନାହିଁ । ଏବେ ଯନ୍ତ୍ରଣା ଦଗ୍ଧ ଜୀବନ ବିତାଉ ଥିବା ନିଜ ସ୍ତ୍ରୀର ଦୈନିକ ସେବାରେ ଲାଗି ଛନ୍ତି ସ୍ୱାମୀ ଉମାକାନ୍ତ । ଏପରିକି ନିଜେ ରୋଷେଇ କରି ଖାଇବାକୁ ଦେଉଛନ୍ତି ଦୀର୍ଘ ତିନି ବର୍ଷ ହେଲା । ତେଣୁ ସେ କେଉଁଠିକି ମୁଲ ମଜୁରୀ ଲାଗି ଯାଇ ପାରୁ ନାହାନ୍ତି । ଏହି ରୋଗ ପାଇଁ ଅପରେସନ ନିହାତି ଆବଶ୍ୟକ ଅଛି । ଏଥିପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ । ତେବେ ନିଜେ ବଞ୍ଚିବା ଅସମ୍ଭବ ହୋଇ ପଡୁଥିଲା ବେଳେ ଆବଶ୍ୟକୀୟ ଟଙ୍କା ଯୋଗାଡ଼ କରିବେ ବା କେଉଁଠୁ । ତେଣୁ ସରକାରୀ ସହାୟତା ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ହାତ ଯୋଡି ଗୁହାରି କରୁଛନ୍ତି ସମସ୍ତଙ୍କୁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *