ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ

ସମ୍ବଲପୁର : ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା, ପାଣିମୁରା ପଞ୍ଚାୟତ ଅନ୍ତର୍ଗତ ତାଲବ ଗ୍ରାମର ପଙ୍କଜିନୀ ଦେହୁରୀ (୨୩)ଙ୍କୁ ତାଙ୍କ ସ୍ୱାମୀ ମଦ୍ୟପାନ କରି ନିର୍ଯାତନା ଓ ମାଡ ମାରିବା ନେଇ କିସିଣ୍ଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ କିସିଣ୍ଡା ଥାନାରେ କେସ୍ ନଂ-୮୦/୨୦୨୧ ଦଫା ୪୯୮(ଏ),୨୯୪, ୩୨୩ ଆଇପିସି ଧାରାରେ ଏକ ମାମଲା ରୁଜୁ କରାଯାଇ ନିର୍ଯାତନା ଓ ମାଡ଼ ମାରିଥିବା ଅଭିଯୋଗରେ ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ ଶୁକ୍ରବାର ଗିରଫ କରିଛି । ଅଭିଯୁକ୍ତ ଯୁବକ ଜଣକ ହେଲେ କିସିଣ୍ଡା ଥାନା ଲୋଇସିଂ ଗ୍ରାମର ଇନ୍ଦ୍ରମଣି ମାଝୀ(୨୮) । ଗିରଫ ପରେ ଯୁବକ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କିସିଣ୍ଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ତାଲବ ଗ୍ରାମର ପଙ୍କଜିନୀ ଦେହୁରୀ ନାମ୍ନୀ ମହିଳା ଜଣଙ୍କ ୨୦୧୬ ମସିହାରେ କିସିଣ୍ଡା ଥାନା ଲୋଇସିଂ ଗ୍ରାମର ଇନ୍ଦ୍ରମଣି ମାଝୀଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟ ପତି ଓ ପତ୍ନୀ ଘର ଛାଡ଼ି କଟକ ଜିଲ୍ଲା ଜଗତପୁରରେ ରହି ଶ୍ରମିକ ଭାବରେ କାମଧନ୍ଦା କରି ଚଳୁଥିଲେ ।

ସ୍ୱାମୀଙ୍କ ସହ ପଙ୍କଜିନୀ ଜଗତପୁରରେ ୨ ବର୍ଷ ରହି ଆସୁଥିଲେ । ହେଲେ ସ୍ୱାମୀ ଇନ୍ଦ୍ରମଣି ନିଜ ପତ୍ନୀଙ୍କୁ ଅନ୍ୟ ପୁରୁଷ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ଆସୁଥିଲେ । ଏପରିକି ଅନେକ ସମୟରେ ନିଜ ପତ୍ନୀଙ୍କୁ ଗାଳି ଗୁଳଜ କରିବା ସହ ମାଡ଼ ମଧ୍ୟ ମାରିଆସୁଥିଲେ । ପରେ ଗତ ୧୬.୧୧.୨୦୨୧ ତାରିଖ ସନ୍ଧ୍ୟାରେ ସେହି ଜଗତପୁର ରହଣି ଘରେ ତାଙ୍କ ସ୍ୱାମୀ ଇନ୍ଦ୍ରମଣି ମଦ୍ୟପାନ କରି ଘରକୁ ଆସି ତାଙ୍କ ପତ୍ନୀଙ୍କୁ ଅଭଦ୍ର ଭାଷାରେ ଗାଳିଗୁଳଜ କରି ମୁହଁ ଓ ଆଖିରେ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହା ପରେ ପଙ୍କଜିନୀ ତାଙ୍କ ସ୍ୱାମୀଙ୍କ ପାଖରୁ ତାଙ୍କ ବାପ ଘରକୁ ଚାଲି ଆସିଥିଲେ । ଘରକୁ ଆସିବା ପରେ ସେ ନାକଟିଦେଉଳ ଡାକ୍ତରଖାନାକୁ ଯାଇ ଚିକିତ୍ସା ହୋଇଥିଲେ । ଚିକିତ୍ସାରୁ ଫେରି କିସିଣ୍ଡା ଥାନାକୁ ଯାଇ ଗତ ୨୫ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ସ୍ୱାମୀ ଇନ୍ଦ୍ରମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *