ହସ୍ପିଟାଲର କଳା କାରନାମା : ନବଜାତକ ବଦଳରେ ମା’କୁ ଦେଲେ କଣ୍ଢେଇ

ଇସଲାମାବାଦ୍ : ହସ୍ପିଟାଲ୍‌ର କଳାକାରନାମା, ନବଜାତ ଶିଶୁ ବଦଳରେ ମା’କୁ ଦେଲେ ପ୍ଲାଷ୍ଟିକ୍ କଣ୍ଢେଇ । ପାକିସ୍ତାନର ଏକ ହସ୍ପିଟାଲରୁ ଏଭଳି ମାମଲା ସାମ୍ନାକୁ ଆସିଛି । ଘଟଣାରେ ଏକ ନବଜାତ ଶିଶୁକୁ ଅପହରଣ କରାଯାଇ ଶିଶୁ ବଦଳରେ ଏକ ପ୍ଲାଷ୍ଟିକ୍ କଣ୍ଢେଇକୁ ରଖିଦିଆଯାଇଛି ।
ପାକିସ୍ତାନର ରାୱଲପିଣ୍ଡି ସ୍ଥିତ ହୋଲି ଫ୍ୟାମିଲି ହସ୍ପିଟାଲରେ ଏହି ଘଟଣା ଦେଖିବାକୁ ମିଳିଛି । ଗତ ନଭେମ୍ୱର ମାସ ୧ ତାରିଖରେ ଡାକ୍ତରଖାନାରୁ ଜଣେ ନବଜାତ ଶିଶୁ ଜନ୍ମ ହୋଇଥିଲା । ଜନ୍ମର କିଛି କ୍ଷଣ ମଧ୍ୟରେ ହିଁ ଶିଶୁଟିକୁ ଅପହରଣ କରାଯାଇଥିଲା ।

ଅପହରଣକାରୀ ପିଲା ବଦଳରେ ଅବିକଳ ଶିଶୁ ଭଳି ଦେଖିବାକୁ ଏକ ପ୍ଲାଷ୍ଟିକ୍ କଣ୍ଢେଇକୁ ରଖିଦେଇଥିଲା । ଯେତେବେଳେ ନବଜାତ ଶିଶୁର ମାଆଙ୍କ ଚେତା ଫେରିଥିଲା ସେତେବେଳେ ସେ ତାଙ୍କ ଛୁଆକୁ ଦେଖିବାକୁ ଇଚ୍ଛା ପ୍ରକାଶ କଲେ । ସେହି ସମୟରେ ହସ୍ପିଟାଲ୍ କର୍ମଚାରୀମାନେ ଶିଶୁ ବଦଳରେ ଏକ ପ୍ଲାଷ୍ଟିକ୍ କଣ୍ଢେଇକୁ ତାଙ୍କ କୋଳକୁ ଦେଇଥିଲେ । ସୂଚନା ଅନୁଯାୟୀ, ଶିଶୁର ପରିବାର ଲୋକେ ଉକ୍ତ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଥିଲା ।

ଯାହା ପରେ ହସ୍ପିଟାଲ୍ କର୍ତ୍ତୁପକ୍ଷ ଶିଶୁଟିର ଅପହରଣ କରିଥିବାରୁ ନିଜ ଭୁଲ୍‌କୁ ସ୍ୱୀକାର କରିଥିଲେ । ଏହାସହ ମାମଲାରେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ହସ୍ପିଟାଲ୍ କର୍ତ୍ତୁପକ୍ଷ ପ୍ରିତିଶୃତି ଦେଇଛନ୍ତି । ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଘଟଣାକୁ ନେଇ ହସ୍ପିଟାଲ୍‌ରେ ତୀବ୍ର ଉତ୍ତେଜନା ଦେଖାଯାଇଛି । ନଭେମ୍ବର ମାସ ୧ ତାରିଖରେ ଏହି ଘଟଣାଟି ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାଟିର ତଦନ୍ତ କରାଯାଉଛି । ପୋଲିସ୍ ହସ୍ପିଟାଲ୍‌ର ସିସିଟିଭି ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିବାର ସୂଚନା ମିଳିଛି । ତେବେ କେମିତି ଖୁବ୍ ଶୀଘ୍ର ଶିଶୁକୁ ଚିହ୍ନଟ କରାଯିବ ସେନେଇ ତଦନ୍ତ ପ୍ରକ୍ରିୟା ଜାରି ରଖାଯାଇଛି । ଏଭଳି ଅପ୍ରୀତିକର ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମ୍ନା କରିବା ପାଇଁ ନବଜାତ ଶିଶୁର ମା’ କୁ ଲୋକମାନେ ପରାମର୍ଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *