ଛୁଟି କାଟିବାକୁ ଆସି ଭଉଣୀ ସାଥିରେ ଭାଇ ଯାହା କଲା ଜାଣିଲେ ହୋସ୍ ଉଡ଼ିବ….

ନୂଆଦିଲ୍ଲୀ : ଭାଇ ଭଉଣୀଙ୍କ ସମ୍ପର୍କ ପବିତ୍ର ବୋଲି କୁହାଯାଉଥିବା ବେଳେ ଏହାକୁ କଳୁଷିତ କରିଛନ୍ତି ଯୋଧପୁରର ସମ୍ପର୍କୀୟ ଭାଇ ଭଉଣୀ । ଜଣେ ନାବାଳକ ନିଜ ଦାଦା ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛି । ଯୋଧପୁରର ଉମ୍ମେଦ ହସ୍ପିଟାଲରେ ଶୁକ୍ରବାର ନାବାଳିକା ଜଣଙ୍କ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ପୀଡିତା ଜଣଙ୍କ ଦଶମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି । ପ୍ରଥମରୁ ପୀଡିତାର ପରିବାର ଏହି ଘଟଣାକୁ ଲୁଚାଉଥିଲେ । ମାତ୍ର ପୋଲିସ ଏବଂ ଶିଶୁ କଲ୍ୟାଣ ବିଭାଗର ନିୟମିତ ପ୍ରୟାସ ପରେ ମୁହଁ ଖୋଲିଥିଲେ ପୀଡିତା ପରିବାର ।

ଶେଷରେ ଏମିତି କିଛି ଘଟଣା ସମ୍ମୁଖକୁ ଆସିଥିଲା ଯାହା ସମସ୍ତ ସମ୍ପର୍କକୁ ଲଜ୍ଜିତ କରି ଦେଇଥିଲା । ପୋଲିସ ନାବାଳକ ନାମରେ ପକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରିବା ସହିତ ବୟସ ସ୍ପଷ୍ଟ କରିବା ପାଇଁ ସ୍କୁଲରେ ଯାଞ୍ଚ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଖରା ଛୁଟିରେ ନାବାଳକ ଜଣକ ଛୁଟି କଟାଇବା ପାଇଁ ଦାଦାଙ୍କ ଘରକୁ ଯାଇଥିଲା । ଏହି ସମୟରେ ନାବାଳିକା ଭଉଣୀକୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ପରିବାର ପକ୍ଷରୁ ମାମଲାରେ କୁହାଯାଇଛି । ନବଜନ୍ମିତ ଶିଶୁକୁ ନେବାକୁ ପରିବାର ଲୋକ ପ୍ରତ୍ୟାଖ୍ୟାନ କରିବାରୁ ଶିଶୁ କନ୍ୟାକୁ ଶିଶୁ ମଙ୍ଗଳକେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *