ଭାଉଜ ସାଥିରେ ଦିଅର ଯାହା କଲା ଜାଣିଲେ ହୋସ୍ ଉଡ଼ିବ….

ନୂଆଦିଲ୍ଲୀ : ଦିଲ୍ଲୀ ରୋହିଣୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯେଉଁଠାରେ ଜଣେ ବିବାହିତା ମହିଳାଙ୍କ ଅଶ୍ଲୀଳ ଭିଡିଓ ବନାଇ ତାଙ୍କର ସମ୍ପର୍କୀୟ କରିଥିଲେ ଗଣଦୁଷ୍କର୍ମ । ସେତିକି ନୁହେଁ ଭିଡିଓ ଭାଇରାଲ କରିଦେବା ଧମକ ଦେଇ ମଧ୍ୟ ଅନେକ ଥର ତାଙ୍କ ସହ କରିଥିଲେ ଗଣଦୁଷ୍କର୍ମ । ମହିଳା ଶେଷରେ ନିରାଶ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ନିଜ ଭାଇକୁ ଆତ୍ମହତ୍ୟା କରିବାର ସୂଚନା ଦେଇଥିଲେ । ତେବେ ଠିକ୍ ସମୟରେ ମହିଳାଙ୍କ ଭାଇ ପହଞ୍ଚି ତାଙ୍କୁ ରକ୍ଷା କରିଥିଲେ । ସୂଚନା ଅନୁଯାୟୀ, ମହିଳାଙ୍କ ବିବାହ ୨୦୧୯ରେ ରୋହିଣୀ ସେକ୍ଟର-୩ରେ ହୋଇଥିଲା ।

ପୀଡ଼ିତା ନିଜ ବୟାନରେ କହିଛନ୍ତି , ଶାଶୂଘରେ ତାଙ୍କ ଦିଅର ତାଙ୍କୁ ଦୁଷ୍କର୍ମ କରିଥିଲେ ଘଟଣା ବିଷୟରେ ମହିଳା ତାଙ୍କ ସ୍ୱାମୀ ଏବଂ ଶାଶୂଙ୍କୁ ଜଣାଇଥିଲେ ବି ସେମାନେ ଲୋକଲଜ୍ଜାର ଆଳ ଦେଖାଇ ଚୁପ୍ ବସିଥିଲେ ଏବଂ ଥାନାରେ ଏତଲା ମଧ୍ୟ କରିବାକୁ ଦେଇନଥିଲେ । ପରେ ଅଭିଯୁକ୍ତର ସାହସ ବଢ଼ିଥିଲା । ପୁଣିଥରେ ସେ ତାଙ୍କ ମଉସା ଓ ତାଙ୍କ ସମ୍ପର୍କୀୟ ଭାଇ ଘରେ ମଦ ପିଇଥିଲେ ଏବଂ ସମସ୍ତେ ମହିଳାଙ୍କ ସହ ମିଶି ଦୁଷ୍କର୍ମ କରିଥିଲେ । ଏହାର ଭିଡିଓ ବନାଇ ମହିଳାଙ୍କୁ ବ୍ଲାକମେଲ କରଥିଲେ । ସେମାନେ ଭିଡିଓ ଏବଂ ଫଟୋକୁ ତାଙ୍କର ବାପଘର ଲୋକଙ୍କୁ ପଠାଇବାକୁ ଧମକ ବି ଦେଇଥିଲେ ।

ଭିଡିଓ ବନାଇବା ପରେ ମଧ୍ୟ ଦିଅର ତାଙ୍କୁ ଦୁଇ ଥର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା । ଏଥିରେ ମଧ୍ୟ ଚୁପ୍ ରହିଥିଲେ ମହିଳାଙ୍କ ଶାଶୂ ଏବଂ ସ୍ୱାମୀ । ସେମାନେ ପୋଲିସରେ ମଧ୍ୟ ମାମଲା ରୁଜୁ କରିବାକୁ ଦେଇନଥିଲେ । ଶେଷରେ ନିରାଶ ହୋଇ ମହିଳା ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ । ତେବେ ଠିକ ସମୟରେ ତାଙ୍କ ଭାଇ ତାଙ୍କୁ ବଞ୍ଚାଇଦେଇଥିଲେ । ଏନେଇ ରୋହିଣି ସାଉଥ ଥାନାରେ ମାମଲା ରୁଜୁ କରିଥିଲେ । ମହିଳାଙ୍କ ବୟାନ ପରେ ରୋହିଣି ସାଉଥ୍ ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ତେବେ ମାମଲା ରୁଜୁ ହୋଇଥିଲେ ବି ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନଥିବା କହିଛନ୍ତି ମହିଳା । ସେପଟେ କେସ ଫେରାଇ ନେବାକୁ ଶାଶୂଘର ଲୋକେ ଚାପ ପକାଉଥିବା ନେଇ କହିଛନ୍ତି ପୀଡ଼ିତା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *