Honda Racing India Team ready for the ultimate battle of 2022 Asia Road Racing Championship in Thailand

ଥାଇଲ୍ୟାଣ୍ଡ୍‌ରେ ୨୦୨୨ ଏସିଆ ରୋଡ୍‌ ରେସିଂ ଚାମ୍ପିଆନ୍‌ସିପ୍ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ପ୍ରସ୍ତୁତ

ଭୁବନେଶ୍ୱର: ଥାଇଲ୍ୟାଣ୍ଡ୍‌ର ଚାଙ୍ଗ୍ ଇଟଂରନ୍ୟାସନାଲ୍ ସର୍କିଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ୨୦୨୨ ଏସିଆ ରୋଡ୍ ରେସିଂ ଚାମ୍ପିଆନ୍‌ସିପ୍‌ (ଏଆରଆରସି) ଚୂଡ଼ାନ୍ତ ଲଢ଼େଇ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଟିମ୍‌ର ଦୁଇ ପ୍ରମୁଖ ଚାଳକ ରାଜୀବ ସେତୁ ଓ ସେନ୍ଥିଲ କୁମାର ଥାଇଲ୍ୟାଣ୍ଡ୍ ପହଂଚିଛନ୍ତି । ଏସିଆ ପ୍ରଡକ୍ସନ ୨୫୦ ସିସି ଶ୍ରେଣୀର ମୋଟ ୧୪ ଟିମ୍ ମଧ୍ୟରୁ ଶ୍ରେଷ୍ଠ ୯ଟି ଟିମ୍ ମଧ୍ୟରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ରହି ଏହି ପର୍ଯ୍ୟାୟରେ ପ୍ରବେଶ କରିଛି । ଭାରତର ଏକମାତ୍ର ଟିମ୍ ଭାବେ ୨୦୧୮ରୁ ଯାତ୍ରା ଆରମ୍ଭ କରିଥିବା ଏହି ଟିମ୍ ନିଜ ପ୍ରଦର୍ଶନରେ ନିୟମିତ ଭାବେ ଉନ୍ନତି ଆଣୁଛି । ଟିମ୍ ଏହାର ଉଦଘାଟନି ଋତୁରେ ୬ ପଏଂଟ୍ ପାଇଥିଲା । ୨୦୧୯ ଋତୁ ସୁଦ୍ଧା ତାହାକୁ ୩୫ ପଏଂଟ୍‌ରେ ପହଂଚାଇଛି । ୨୦୨୨ ଋତୁରେ ଏହା ୪୨ ପଏଂଟ୍ ହାସଲ କରି ଫାଇନାଲ୍‌ରେ ପ୍ରବେଶ କରିଛି । ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ଅପରେଟିଂ ଅଫିସର୍‌-ବ୍ରାଣ୍ଡ୍ ଆଣ୍ଡ୍‌ କମ୍ୟୁନିକେସନ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ କହିଛନ୍ତି ଯେ, “ଏଆରଆରସିିର ୨୦୨୨ ସିଜନ୍ ଆମ ଚାଳକମାନଙ୍କ ପାଇଁ ବେଶ ଶିକ୍ଷଣୀୟ ହୋଇପାରିଛି । ଚାଙ୍ଗ୍ ଇଟଂରନ୍ୟାସନାଲ୍ ସର୍କିଟ୍‌ରୁ ଆମେ ଏହି ଚାମ୍ପିଆନ୍‌ସିପ୍‌ର ଯାତ୍ରା ଆରମ୍ଭ କରିଥିଲୁ ଯେଉଁଠାରେ ଆମ ଚାଳକମାନେ ଦେଶ ପାଇଁ ଭଲ ପଏଂଟ୍ ଜିତିଥିଲେ । ଜୋରଦାର ରେସିଂର ଚାରିଟି ପର୍ଯ୍ୟାୟ ପରେ ଫେରିଥିବାରୁ ଆମର ବିଶ୍ୱାସ ରହିଛି ଯେ ଆମ ଚାଳକମାନେ ପୂର୍ବ ପର୍ଯ୍ୟାୟରୁ ପାଇଥିବା ଶିକ୍ଷାକୁ ନେଇ ଦେଶ ଓ ଟିମ୍‌ ପାଇଁ ଭଲ ଫଳ ପ୍ରଦାନ କରିବେ । ଥାଇଲ୍ୟାଣ୍ଡ୍‌ର ଚ୍ୟାଲେଂଜ୍‌କୁ ଗ୍ରହଣ କରିବା ଏବଂ ତାହାର ସର୍ବାଧିକ ଲାଭ ହାସଲ କରିବା ଲାଗି ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ପ୍ରସ୍ତୁତ ରହିଛି ।’’ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଅଭିଜ୍ଞ ଚାଳକ ରାଜୀବ ସେତୁ ମୋଟ ୩୧
ପଏଂଟ୍ ପାଇ ଏପି ୨୫୦ ଶ୍ରେଣୀର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ତାଙ୍କ ସାଥୀ ଖେଳାଳି ସେନ୍ଥିଲ ମଧ୍ୟ ଏହି ଟ୍ରାକ୍‌ରେ ଅଭ୍ୟସ୍ତ । ସେନ୍ଥିଲ ଏବେ ୧୧ ପଏଂଟ୍ ପାଇଥିବା ବେଳେ ଶ୍ରେଷ୍ଠ ୧୯ ଜଣ ଚାଳକଙ୍କ ମଧ୍ୟରେ ରହିଛନ୍ତି । ରାଜୀବ ସେତୁ କହିଛନ୍ତି ଯେ, “ଆମେ ଚାମ୍ପିଆନ୍‌ସିପ୍‌ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛୁ ଏବଂ ଚାଙ୍ଗ୍ ଇଟଂରନ୍ୟାସନାଲ୍ ସର୍କିଟ୍‌ରେ ମୋର ସବୁ କିଛି କଳ କୌଶଳ ପ୍ରୟୋଗ କରିବାକୁ ମୁଁ ପ୍ରସ୍ତୁତ ରହିଛି । ମୁଁ ଯଥା ସମ୍ଭବ ଅଧିକ ପଏଂଟ୍ ହାସଲ କରିବାକୁ ଉଦ୍ୟମ କରି ତାଲିକାର ଶୀର୍ଷରେ
ପହଂଚିବାକୁ ଚାଂହିବି ।’’ ସେନ୍ଥିଲ କୁମାର କହିଛନ୍ତି ଯେ, “ଏହି ଋତୁ ମୋ ପାଇଁ ବେଶ୍ ଶିକ୍ଷଣୀୟ ରହିଛି । ଏହା ପୂର୍ବରୁ ଚାଙ୍ଗ୍‌ରେ ମୁଁ ୧୩ତମ ସ୍ଥାନରେ ରହିଥିଲି । ଏଥର ରେସ୍‌ରେ ମୁଁ ଦେଶ ଓ ଟିମ୍ ପାଇଁ ଭଲ ଫିନିସ୍ କରିବାକୁ ଆଶା ରଖିଛି ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *