ସାମ୍ୱାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାର ମାନ୍ୟତା ଦେଲେ ମୁଖ୍ୟମନ୍ତ୍ରୀ: ନିଷ୍ପତ୍ତିକୁ ସ୍ୱାଗତ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ମହାମହିମ ରାଜ୍ୟପାଳ ପ୍ରଫେଶର ଗଣେଶୀଲାଲ । ସାମ୍ବାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଘୋଷଣାକୁ ସମ୍ମାନ ଜଣାଇଲେ ଗଣେଶୀ ଲାଲ । ଜନସାଧାରଣଙ୍କୁ ସଚେତନ କରିବାରେ ସାମ୍ବାଦିକଙ୍କ ଭୂମିକା ଖୁବ ରହିଛି । ଏପରି କୋଭିଡ ସମୟରେ ଲୋକଙ୍କ ପାଖରେ ସଠିକ ଖବର ପହଞ୍ଚାଉଛନ୍ତି ସାମ୍ବାଦିକମାନେ । ତେଣୁ ରାଜ୍ୟସରକାରଙ୍କ ଏ ନିଷ୍ପତ୍ତି ଖୁବ ସ୍ବାଗତଯୋଗ୍ୟ ବୋଲି ଟ୍ବିଟ୍ କରି ପ୍ରଶଂସା କରିଛନ୍ତି ରାଜ୍ୟପାଳ । ଗତ କିଛି ଦିନ ପୂର୍ବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ମାନ୍ୟତା ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିବା ସହ କହିଛନ୍ତି- ସାମ୍ବାଦିକମାନେ ନିରବଚ୍ଛିନ୍ନ ଭାବେ ଖବର ପ୍ରସାରଣ କରି ଲୋକଙ୍କୁ ସଚେତନ କରୁଛନ୍ତି । ମହାମାରୀ କୋଭିଡ୍ ସମୟରେ ଲୋକଙ୍କ ନିକଟରେ ପ୍ରତିଟି ଖବର ସମୟରେ ପହଞ୍ଚାଉଛନ୍ତି ସାମ୍ବାଦିକ । କୋଭିଡ୍ ବିରୋଧୀ ଯୁଦ୍ଧରେ ସାମ୍ବାଦିକ ସାହାଯ୍ୟ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଏହାର ଲାଭ ପାଇବେ । ଏହି ଯୋଜନାରେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *