ବିବାହ ମାସକ ପରେ ଜଣାପଡ଼ିଲା ପତ୍ନୀ ହେଉଛି……

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କୁ ପ୍ରଥମ ଦେଖାରୁ ଏକ ଯୁବତୀଙ୍କ ସହିତ ପ୍ରେମ ହୋଇଗଲା । ବନ୍ଧୁତା, ସମ୍ପର୍କରେ ପରିଣତ ହେଲା । ଆଉ ବ୍ୟକ୍ତି ଜଣକ ତାଙ୍କୁ ବିବାହ ମଧ୍ୟ କଲେ । କିନ୍ତୁ ବ୍ୟକ୍ତି ଜଣକ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପତ୍ନୀ ଜଣେ ଚର୍ଚ୍ଚିତ ପର୍ଣ୍ଣ ଷ୍ଟାର୍ ବୋଲି । ଏହି ମାମଲା ବ୍ରିଟେନ୍ ରୁ ଆସିଛି । ସୂଚନା ଅନୁଯାୟୀ, ୩୪ ବର୍ଷର ଏମୀ କ୍ରିଷ୍ଟଫର୍ସ ଜଣେ ୨୬ ବର୍ଷିୟ ଜୋଶ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ତେବେ ଏମୀ ବିବାହ ପୂର୍ବରୁ ଅନେକ ଏକ୍ସ-ରେଟେଡ୍ ଫିଲ୍ମରେ କାମ କରି ସାରିଛନ୍ତି । ଏମୀ “ବ୍ରାଣ୍ଡି ବ୍ରେଭ”ର୍ ନା’ର ବ୍ୟବହାର କରି ଅନେକ ଆଡଲ୍ଟ ଫିଲ୍ମରେ କଳାକାର ଭାବରେ ଅଭିନୟ କରିସାରିଛନ୍ତି । ୨୫ ବର୍ଷ ବୟସରୁ ସେ ଏକ୍ସ-ରେଟେଡ୍ ମୁଭି ଶୁଟିଂ କରିସାରିଛନ୍ତି । ଏମୀଙ୍କ ଅତୀତ ସମ୍ପର୍କରେ ଜଣାପଡ଼ିବା ପରେ ତାଙ୍କ ସ୍ୱାମୀ ଜୋଶଙ୍କ ସାଙ୍ଗ କହିଛନ୍ତି ଯେ, “ତାଙ୍କୁ ଏହି ସପ୍ତାହରେ ଏମୀଙ୍କ ଅତୀତ ସମ୍ପର୍କରେ ଜଣାପଡ଼ିଥିଲା । ଜୋଶ ପ୍ରଥମ ଥର ପାଇଁ ଏହା ଜାଣିବାପରେ ତାଜୁବ୍ ହୋଇଯାଇଥିଲେ । କିନ୍ତୁ ଏବେ ତାର ବିଚାର ହେଉଛି ସମସ୍ତଙ୍କର ଏକ ଅତୀତ ଥାଏ” । ଦୁହିଁଙ୍କ ସମ୍ପର୍କରେ ଜାଣିବା ପରେ ସେମାନେ ଛାଡ଼ପତ୍ର ନେବାକୁ ଚିନ୍ତା କରୁଥିଲେ । ଏକ ଇଣ୍ଟରଭିୟୁରେ ଏମୀ କହିଛନ୍ତି ଯେ, ଜୋଶଙ୍କ ସହ ଦେଖା ହେବାପରେ ଖୁବ୍ ଭଲ ଲାଗିଥିଲା ଓ ସେ ନିଜର ପ୍ରଥମ ସ୍ତ୍ରୀ ଠାରୁ ଅଲଗା ହୋଇସାରିଥିଲେ । ହେଲେ ଏବେ ଗୋଟିଏ ଫ୍ଲାଟରେ ରହୁଥିବାରୁ ଅନେକ ସମୟରେ ଝଗଡ଼ା ହେଉଛି । ଆଗକୁ କ’ଣ କରିବେ ସେ ଚିନ୍ତା କରି ପାରୁ ନାହାଁନ୍ତି । ହେଲେ ପତ୍ନୀର ସବୁ ଅତୀତ ବିଷୟରେ ଜାଣି ସାରିବା ପରେ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *