ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ, ୧୧ ତାରିଖରେ ଖୋଲିବ ଗେଟ୍
ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା ହେଉଛି । ହୀରାକୁଦରେ ଜଳସ୍ତର ବଢୁଛି । ଯେହେତୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଛି, ତେଣୁ ତାହାକୁ ଅପସାରିତ କରିବା ନେଇ ନିଷ୍ପତ୍ତି ନେଇଛି ଜଳଭଣ୍ଡାର ଅଧିକାରୀ । ଆସନ୍ତା ୧୧ ତାରିଖ ଦିନ୧୧ ଟା ସମୟରେ ପ୍ରଥମ ଥର ପାଇଁ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜନ ନିଷ୍କାସନ କରାଯିବ। ସେପଟେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୧୧ ତାରିଖରୁ ଛଡ଼ାଯିବ । ହୀରାକୁଦ ଜଳଭଣ୍ଡାରର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନେଇ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଉପରସ୍ତରରେ ବର୍ଷା ହେଉଥିବାରୁ ଜଳଭଣ୍ଡରାରରେ ଜଳସ୍ତର ବଢିବାରେ ଲାଗିଛି । ତେଣୁ ଜଳ ନିଷ୍କାସନର ଆବଶ୍ୟକତା ରହିଥିବା କହିଛନ୍ତି ଅଧିକାରୀ ।